ଟ୍ରୋଲ୍ରଙ୍କୁ ଦୃଢ଼ ଜବାବ ଦେଲେ ମଲାଇକା, ପଢ଼ନ୍ତୁ କ'ଣ କହିଲେ...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ବୟସ ତାରତମ୍ୟକୁ ନେଇ ଅନେକ ସମୟରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଉଥିଲା । ଏହି ଘଟଣାକୁ ନେଇ କିଛି ଜଣ ଦୃଢ଼ ସମାଲୋଚନା ବି କରୁଥିଲେ । ଏଭଳି ଟ୍ରୋଲ୍ରଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି ମଲାଇକା ।
ଡିସ୍ନି ପ୍ଲସ୍ ହଟଷ୍ଟାର୍ରେ ପ୍ରସାରିତ 'ମୁଭିଂ ଇନ୍ ୱିଥ୍ ମଲାଇକା'ରେ ମଲାଇକା ଅର୍ଜୁନ କପୁରଙ୍କ ସହିତ ଥିବା ସମ୍ପର୍କ ବିଷୟରେ କହିଥିଲେ । ଏଥିରେ ସେ ଅର୍ଜୁନ କପୁରଙ୍କୁ ବେଶ୍ ପ୍ରଶଂସା କରିବା ସହିତ ଯେଉଁମାନେ ବୟସ ବ୍ୟବଧାନକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଥିଲେ ସେମାନଙ୍କୁ କଡ଼ା ଭାଷାରେ ଜବାବ ରଖିଛନ୍ତି । ମଲାଇକା କହିଛନ୍ତି, ମୁଁ କେବଳ ବୟସରେ ବଡ଼ ନୁହେଁ, ବରଂ ମୋ ଠାରୁ ସାନ ବ୍ୟକ୍ତିଙ୍କୁ ଡେଟ କରୁଛି । ମୁଁ କ'ଣ ତାଙ୍କ ଜୀବନକୁ ନଷ୍ଟ କରୁଛି କି ? ଠିକ୍ କହିଲି ନା ? ମଲାଇକା ଏପରି ପଚାରିବା ସହ କହିଥିଲେ ଯେ, ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ; ମୁଁ ତାଙ୍କ ଜୀବନକୁ ନଷ୍ଟ କରୁନାହିଁ । ଏହା ନୁହେଁ ଯେ ସେ ସ୍କୁଲ ଯାଉଥିଲେ ଏବଂ ପାଠପଢ଼ିବା ଉପରେ ଧ୍ୟାନ ଦେଇ ପାରିନଥିଲେ ଏବଂ ମୋ ପାଖକୁ ଆସିବାକୁ ତାଙ୍କୁ କହିଥିଲି ।
ଯେତେବେଳେ ବି ଆମେ ଡେଟରେ ଯାଉଛୁ, ଏହାର ଅର୍ଥ ନୁହେଁ ଯେ ଆମେ ନିଜର କ୍ଲାସ୍ ହରାଉଛୁ । ଏବେ ଅର୍ଜୁନ ବଡ଼ ହୋଇଗଲେଣି ଏବଂ ବହୁତ ଭଲ ମଣିଷ । ଆମେ ଦୁହେଁ ସାବାଳକ । ଆମେ ପରସ୍ପର ସହମତିରେ ଡେଟ୍ କରୁଛୁ । ତେଣୁ ଏଥିରେ କିଛି ଅସୁବିଧା ନାହିଁ ବୋଲି ମଲାଇକା କହିଛନ୍ତି ।
Powered by Froala Editor