‘ଆଭା’ ଆଇଡି ଖୋଲାଯିବା ନେଇ ଓଡିଶାକୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର : ଓଡିଶାରେ ସର୍ବାଧିକ ସଂଖ୍ୟକ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ ଆଇଡି ଖୋଲାଯିବାନେଇ ଓଡିଶାକୁ ପ୍ରଥମ ପୁରସ୍କାର ମିଳିଛି । ବାରଣାସୀରେ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦ୍ଦେଶିକା ଡ. ବୃନ୍ଦା.ଡିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।
କେନ୍ଦ୍ର ସରକାର୨୧.୯ଲକ୍ଷ ‘ଆଭା’ ଆଇଡି ଖୋଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡିଶାରେ ୪୩, ୬୧, ୮୯୫ ଆକାଉଣ୍ଟ ଖୋଲାଯାଇଛି । ଯାହାଫଳାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା । ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ (ଏମଆଇଏସ) ଅଭିଯାନ ଜରିଆରେ ଆଇଡି ଖୋଲିବା କାର୍ଯ୍ୟ ତ୍ୱରାନିତ ହୋଇଥିଲା । ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦ୍ରାପଡା, ବାଲେଶ୍ୱର, ପୁରୀ ଓ କେନ୍ଦୁଝର ଦେଶର ଶ୍ରେଷ୍ଠ ୧୦ଟି ଜିଲ୍ଲାରେ ସ୍ଥାନ ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor