ପଦ୍ମପୁର: ରାଉଣ୍ଡ-୬ ସୁଦ୍ଧା କିଏ ପାଇଲା କେତେ , ଜାଣନ୍ତୁ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୬ ଗଣତି ଶେଷ ହୋଇଛି। ରାଉଣ୍ଡ-୬ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ । ତେବେ ରାଉଣ୍ଡ-୬ ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ପ୍ରଦୀପ ପୁରୋହିତ(ବିଜେପି)- ୩୩୬୬ ମୋଟ-୨୧୧୮୨
ବର୍ଷା ସିଂ ବରିହା(ବିଜେଡି)-୫୬୮୮ ମୋଟ-୩୧୮୮୬
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୨୫ ମୋଟ-୯୭୦
ବିଦ୍ୟାଧର ପାଣ୍ଡଭ-୧୩ ମୋଟ-୮୦
ମୁକ୍ତେଶ୍ୱର ଦାସ-୧୧ ମୋଟ-୬୦
ଉଦିତ ବନ୍ଦିଆ-୨୫ ମୋଟ-୧୧୨
ଗଙ୍ଗାଧର ସାହା-୨୦ ମୋଟ-୧୧୬
ଦେବରଚନ ନାୟକ-୨୩ ମୋଟ-୧୩୪
ବୃନ୍ଦାବନ ପରୋହିତ-୨୫ ମୋଟ-୧୪୩
ସହଦେବ ସାହୁ-୪୬ ମୋଟ-୩୧୭
ନୋଟା-୭୭ ମୋଟ-୫୫୦
Powered by Froala Editor