ପଦ୍ମପୁର: ରାଉଣ୍ଡ-୩ ସୁଦ୍ଧା କିଏ ପାଇଲା କେତେ , ଜାଣନ୍ତୁ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୩ ଗଣତି ଶେଷ ହୋଇଛି।ରାଉଣ୍ଡ-୩ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ତେବେ ରାଉଣ୍ଡ-୩ ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ପ୍ରଦୀପ ପୁରୋହିତ(ବିଜେପି)- ୩୧୭୧ ମୋଟ-୧୦୧୫୦
ବର୍ଷା ସିଂ ବରିହା(ବିଜେଡି)-୫୩୧୮ ମୋଟ-୧୫୯୧୬
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୦୮ ମୋଟ-୪୭୪
ବିଦ୍ୟାଧର ପାଣ୍ଡଭ-୧୧ ମୋଟ-୪୩
ମୁକ୍ତେଶ୍ୱର ଦାସ-୮ ମୋଟ-୨୫
ଉଦିତ ବନ୍ଦିଆ-୧୩ ମୋଟ-୪୯
ଗଙ୍ଗାଧର ସାହା-୨୩ ମୋଟ-୫୮
ଦେବରଚନ ନାୟକ-୧୪ ମୋଟ-୬୬
ବୃନ୍ଦାବନ ପରୋହିତ-୧୭ ମୋଟ-୭୨
ସହଦେବ ସାହୁ-୬୦ ମୋଟ-୧୭୧
ନୋଟା-୭୭ ମୋଟ-୨୭୨
Powered by Froala Editor