ଭୁବନେଶ୍ୱର ଉପକଣ୍ଠରେ ନକଲି ସିଗାରେଟ କମ୍ପାନୀ ସିଜ

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଛତାବର ପଂଚାୟତ ଅଲକର ଗାଁରେ ଏକ ନକଲି ସିଗାରେଟ କମ୍ପାନୀକୁ ସିଜ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପୁଲିସ । ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ ଐ-୧୦ ନାଁରେ ଡୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହାବ୍ୟତୀତ ଅନ୍ୟ ଏକ ସିଗାରେଟକୁ ଏସ-ଷ୍ଟାର ନାମରେ ପ୍ରସ୍ତୁତ କରାଯାଉଥିଲା ।
ଇଲେିଜେନ୍ସ ବ୍ୟୁରୋ ଅଧିକାରୀଙ୍କ କହିବା ଅନୁଯାୟୀ, ଐ-୧୦ ହେଉଛି ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ । ତା’ ନାଁରେ ଏଠାରେ ପ୍ରସ୍ତୁତ ହେଉଥିଲା ଡୁପ୍ଲିକେଟ ସାମଗ୍ରୀ । ଯାହାକୁ ନେଇ ଆଇବିରେ ଅଭିଯୋଗ କରିଥିଲେ ମାଲିକ । ଜବତ ସମୟରେ ଲକ୍ଷାଧିକ ଟଙ୍କାର ସିଗାରେଟ ଆଉ ଗୁଟଖା ଜବତ କରିଛି ପୁଲିସ୍ । ଏହି ବ୍ୟବସାୟ ଚଳାଇଥିଲେ ଗଞ୍ଜାମ ଜିଲ୍ଲାର ରାଜା ରାଓ । ହେଲେ ରାଜା ରାଓ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାଙ୍କୁ ଆକ୍ରୋଶମୂଳକ ଭାବେ ଫସାଯାଉଥିବା ଅଭିଯୋଗ କରିଥିବା ସୂଚନା ମିଳିଛି ।
Powered by Froala Editor