ଇସ୍ତଫା ପରେ ଏମିତି କହିଲେ ଏନ୍ଡିଟିଭି ସାମ୍ବାଦିକ ରବିଶ କୁମାର
ଅଦାନୀ ଗ୍ରୁପ ଦ୍ବାରା ଏନଡିଟିଭିର ଅଧିଗ୍ରହଣ ପରେ ଏହାର ପ୍ରତିଷ୍ଠାତା ଡ.ପ୍ରଣବ ରାୟ ଓ ତାଙ୍କ ପତ୍ନୀ ରାଧିକା ରାୟ ଏନଡିଟିଭି ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଏନଡିଟିଭିର କାର୍ଯ୍ୟକାରୀ ସଂପାଦକ ତଥା ବିଖ୍ୟାତ ସାମ୍ବାଦିକ ରବିଶ କୁମାର ବି ଇସ୍ତଫା ଦେଇଛନ୍ତି । ଏନେଇ ରବିଶ କୁମାର ଏକ ମେଲ ମାଧ୍ୟମରେ ଚାନେଲ କର୍ତ୍ତୃପକ୍ଷଙ୍କୁ ଇସ୍ତଫାପତ୍ର ପଠାଇଥିବା ବେଳେ ଏହାକୁ ଗ୍ରହଣ କରାଯାଇଛି। ରବିଶଙ୍କ ଇସ୍ତଫା ସଂପର୍କରେ ଏନଡିଟିଭିରେ ଏକ ଅନ୍ତରୀଣ ମେଲ ମାଧ୍ୟମରେ କର୍ମଚାରୀମାନଙ୍କୁ ସୂଚୀତ କରାଯାଇଥିଲା ।
ରବିଶ ଦେଇଥିବା ଏକ ବିଦାୟୀ ଭାଷଣ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି “ ଚିଠିପତ୍ର ସର୍ଟିଂ କରୁଥିବା ଏକ ବ୍ୟକ୍ତି ଗ୍ରୁପ ଏଡିଟର (ସମୂହ ସଂପାଦକ) ହେବା ଏନଡିଟିଭିରେ ହିଁ ସମ୍ଭବ ହୋଇପାରିଥିଲା । ଏହି ସାମ୍ବାଦିକ ପଛରେ ବହୁ ବଡ଼ ବଡ଼ ଶକ୍ତି ଛିଡ଼ା ହୋଇଛନ୍ତି, ଏଣୁ ଆଜିର ପରିସ୍ଥିତି ଆସିବାର ହିଁ ଥିଲା । ଏହା ଆସିବ ବୋଲି ସେ ପୂର୍ବରୁ ଜାଣିଥିଲେ । ଆଜିର ପରିସ୍ଥିତି ଦେଖି ଭଲ ତ ଲାଗୁ ନାହିଁ, କିନ୍ତୁ ଭବିଷ୍ୟତରେ ଯେତେବେଳେ ମୋ କାମର ମୂଲ୍ୟାଙ୍କନ କରନ୍ତି, ତେବେ ମୁଁ ଚିଠିପତ୍ର ବାଛୁଥିଲି ବୋଲି ସହାନୁଭୂତି ରଖିବେ ନାହିଁ । କାରଣ ମୁଁ ସେମାନଙ୍କ ପରି ନୁହେଁ, ଯେ ବିମାନରୁ ଓହ୍ଲାଇ ନିଜର ଚା ବିକିବା କଥା କହିବି । ସହାନୁଭୂତି ପାଇଁ କିମ୍ବା ନିଜ ସଂଘର୍ଷକୁ ମହାନ ବୋଲି କହିବାକୁ ମୁଁ ଏପରି କରିବି ନାହିଁ ।“
ଜନତାଙ୍କୁ ଚାରଣି ଭାବୁଥିବା ଜଗତ୍ ସେଠ୍ ସବୁ ଦେଶରେ ଅଛନ୍ତି, ଏ ଦେଶରେ ବି ଅଛନ୍ତି । ଯଦି ସେମାନେ କହୁଛନ୍ତି ଯେ ଦୂନିଆର ଖବର ଆପଣଙ୍କ ପାଖରେ ପହଞ୍ଚାଇବେ, ତେବେ ଜାଣି ରଖନ୍ତୁ ଯେ ସେମାନେ ନିଜ ପକେଟରେ ଡଲାର ରଖି ଆପଣଙ୍କୁ ଚାରଣି ଦେବେ । ସାମ୍ବାଦିକ ଯଦି ଖବର ଲେଖିଲା ତ ସେମାନେ କେସ କରିଦିଅନ୍ତି, କିନ୍ତୁ ସଭାସମିତିରେ କୁହନ୍ତି ଯେ ସେମାନେ ସାମ୍ବାଦିକତାର ଭଲ ଚାହାନ୍ତି ।“
ଏନଡିଟିଭି ଗ୍ରୁପ୍ର ସଭାପତି ସୁପର୍ଣ୍ଣା ସିଂ କହିଛନ୍ତି, ରବିଶଙ୍କ ଭଳି ଅଳ୍ପ କିଛି ସାମ୍ବାଦିକ ନିଜର ଖବର ପ୍ରସାରଣ ଯାଦୁରେ ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖନ୍ତି । ଦଶନ୍ଧି ଧରି ରବିଶ କୁମାର ଏନଡିଟିଭିର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଡ଼ି ହୋଇଥିଲେ । ତାଙ୍କର ରାତି ୯ଟାରେ ପ୍ରାଇମଟାଇମ ଶୋ’ ବେଶ ପ୍ରଭାବଶାଳୀ ଓ ଲୋକପ୍ରିୟ ଥିଲା।
Powered by Froala Editor