ପ୍ରେମିକା ପାଇଁ ଏଟିଏମ୍ରୁ ୨୦ ଲକ୍ଷ ଲୁଟିଲା ପ୍ରେମିକ
ପ୍ୟାର୍ କେ ଲିଏ କୁଛ ଭି କରେଗା । ନିଜ ପ୍ରେମ କାହାଣୀ ସଫଳ କରିବାକୁ କିଏ ବା ନଚାହେଁ । ମନପସନ୍ଦର ସାଥୀ ପାଇଁ କିଛି ବି କରିବାକୁ ପଛ ଘୁଞ୍ଚା କିଏ ବା ଦେବ । ହେଲେ ପ୍ରେମ ପାଇଁ ଯେ ଅପରାଧର ବାଟ ବାଛିବା କେତେଦୂର ଠିକ୍ । ଏମିତି ଜଣେ ସିକ୍ୟୁରିଟି ଗାର୍ଡ ପ୍ରେମିକାକୁ ବାହା ହେବା ପାଇଁ ଏଟିଏମ୍ କିଓସ୍କୋରୁ ୨୦ ଲକ୍ଷ ଲୁଟି ନେଇଛି ।
ପୁଲିସ ୨୩ ବର୍ଷୀୟ ସିକ୍ୟୁରିଟି ଗାର୍ଡଙ୍କୁ ତାଙ୍କ ଘର ଆସାମରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦୀପଙ୍କର ନୋମୋସୁଦ୍ରା। ଏଥିସହ ଚୋରି ହୋଇଥିବା ୨୦ ଲକ୍ଷ ଟଙ୍କା ମଧ୍ୟରୁ ୧୪.୨ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଙ୍ଗମାନଙ୍କ ସହ ପାର୍ଟି କରିଛନ୍ତି ଓ ବଳାସପୂର୍ଣ୍ଣ ହୋଟେଲରେ ରାତି କାଟିଛନ୍ତି।
୬ ମାସ ତଳେ ଦୀପଙ୍କର ୱିଲସନ ଗାର୍ଡେନର ୧୩ତମ କ୍ରସ ନିକଟ ଏଟିଏମରେ ସିକ୍ୟୁରିଟି ଗାର୍ଡ ଭାବେ କାମ ଆରମ୍ଭ କରିଥିଲେ। ବ୍ୟାଙ୍କ କର୍ମଚାରୀମାନେ ଏଟିଏମରେ ଟଙ୍କା ଲୋଡ କରିବାକୁ ଆସୁଥିବା ବେଳେ ଏହାକୁ ଦୀପଙ୍କର ଭଲ ଭାବେ ଦେଖୁଥିଲେ। ସେ ବ୍ୟାଙ୍କ କର୍ମଚାରୀଙ୍କ ସହ ବନ୍ଧୁତା କରି ଏଟିଏମ କ୍ୟାଷ୍ଟେଲ ମଧ୍ୟରୁ ଟଙ୍କା ବାହାର କରିବା ଓ ଭର୍ତ୍ତି କରିବାର ପାସୱାର୍ଡ ହାତେଇଥିଲେ।
ଯୋଜନା ଅନୁସାରେ ନଭେମ୍ବର ୧୭ ତାରିଖ ସନ୍ଧ୍ୟାରେ ସେ ଏଟିଏମରୁ ଟଙ୍କା ଚୋରି କରିଥିଲେ। ସିସିଟିଭି ଭିଡିଓରୁ ଜଣାପଡ଼ିଛି ଯେ ଚୋରି କରିବା ପୂର୍ବରୁ ସେ ଗୋଟିଏ କ୍ୟାମେରାକୁ ମଧ୍ୟ ବୁଲାଇ ଦେଇଥିଲେ ଓ ଲାଇଟ ବନ୍ଦ କରିଥିଲେ। ଲାଇଟ ବନ୍ଦ କରି ସେ ଏଟିଏମ ମେସିନରୁ ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ।
ପାସୱାର୍ଡ ମିଳିବା ପରେ ସେ ଏଟିଏମ ମେସିନରୁ ଟଙ୍କା ଚୋରି ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ଟଙ୍କା ମିଳିବା ପରେ ବିବାହ କରିବେ ଓ ନିଜ ଜନ୍ମ ସ୍ଥାନ କରିମଗଞ୍ଜରେ ବ୍ୟବସାୟ ଆରମ୍ଭ କରିବେ ବୋଲି ଦୀପଙ୍କର ଲକ୍ଷ୍ୟ ରଖିଥିଲେ।
Powered by Froala Editor