ଲମ୍ବା ସମୟ ପରେ ବଜାରକୁ ଆସିଲା ଭେଲଭେଟ ପୋଷାକ
ଭେଲଭେଟ୍ ପୋଷାକର ଆଦର ସବୁଠୁ ସେତେବେଳେ ଭେଲଭେଟ ଶାଲ, ୱାନ ପିସ, ଲମ୍ବା ଫ୍ରକ୍ ପିନ୍ଧିବାକୁ ଯୁବତୀମାନେ ପସନ୍ଦ କରୁଥିଲେ । ସମୟକ୍ରମେ ଏହାର ଆଦର କମିଲା । ଏବେ ପୁଣି ଥରେ ଭେଲଭେଟ ପୋଷାକ ଆଦର ବଢ଼ୁଛି ।
- ଭେଲଭେଟ ଶାଢ଼ି, ଲେହେଙ୍ଗା ପିନ୍ଧିବାକୁ ଯୁବତୀମାନେ ଆଗ୍ରହ ଦେଖାଇଛନ୍ତି । ଫେସନ ଡ଼ିଜାଇନର କହିଛନ୍ତି, ଗ୍ରାହକମାନେ ସବୁବେଳେ କିଛି ନୂଆ ଖୋଜୁଛନ୍ତି । ଭେଲଭେଟ ଲମ୍ବା ସମୟ ପରେ ବଜାରକୁ ଆସିଥିବାରୁ ସମସ୍ତଙ୍କୁ ଭିନ୍ନ ଡିଜାଇନ୍ କପଡ଼ା ଲାଗୁଛି ।
- କର୍ମଜୀବୀ ମହିଳାଙ୍କ ପାଇଁ ମଧ୍ୟ ଭେଲଭେଟ କୁର୍ତ୍ତା ଓ ସାର୍ଟ ଡିଜାଇନ କରାଯାଇଛି । ଜିନ୍ସ, ପାଲାଜୋ ସହ ସେମାନେ ଏହାକୁ ପିନ୍ଧିପାରିବେ ।
- ଆଗେ କେବଳ ଗାଢ଼ ରଙ୍ଗର ଭେଲଭେଟ ପୋଷାକର ଚାହିଦା ଥିଲା । ଏଥରକ କିନ୍ତୁ ହାଲକା ରଙ୍ଗ ହଳଦୀ, ଈଷତ୍ ଗୋଲାପିକୁ ଯୁବତୀମାନେ ପସନ୍ଦ କରୁଥିବା ଜଣାପଡ଼ିଛି ।
- ଭେଲଭେଟ ପୋଷାକ, ତଥା ଶାଢ଼ିର ଯତ୍ନ ନେବା ସବୁଠୁ ବଡ଼ ସମସ୍ୟା । ଡ୍ରାଏ-ୱାଶ୍ ସହ ସୁରକ୍ଷିତ ଭାବେ ଆଲମାରିରେ ଏହା କପଡ଼ା ଅଲଗା ନ ରଖିଲେ, ତାହା ନଷ୍ଟ ହୋଇଯିବ ।
Powered by Froala Editor