ବିଧାନସଭା ଅଧିବେଶନର ଚତୁର୍ଥ ଦିନ: ୧୧.୩୦ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭା ଅଧିବେଶନର ଚତୁର୍ଥ ଦିନ । ଆଜି ବି ଆରମ୍ଭରୁ ଚାଲିପାରିଲାନି ଗୃହ । ଆଜି ଗୃହ ଆରମ୍ଭରୁ ଦେଖିବାକୁ ମି ଳିଥିଲା ହୋହଲ୍ଲା ପରିସ୍ଥିତି ।
ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ ଓ ନାରାବାଜି । ଉଭୟ ବିଜେପି ଓ କଂଗ୍ରେସ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠାଇ ଶାସକ ବିଜେଡିକୁ ଘେରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଗୃହ ମୁଲତବୀ କରିଥିଲେ ବାଚସ୍ପତି । ୧୧.୩୦ ଯାଏଁ ଗୁହକୁ ମୁଲତବୀ କରାଯାଇଛି ।
ଅନ୍ୟପକ୍ଷରେ ଆଜି ଚାଷୀ ଓ ରେଳ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି। ଗୃହରେ ଆସିବ ଓଡ଼ିଶା ଜିଲା ଯୋଜନା କମିଟି ସଂଶୋଧନ ବିଲ ୨୦୨୨ ଏବଂ ୯ଟି ବିଭାଗର ରିପୋର୍ଟ ଉପସ୍ଥାପନ ହେବ।
Powered by Froala Editor