ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ବନବିଭାଗ ଗାଡି ଉଡାଇବା ପାଇଁ ଖଞ୍ଜା ହୋଇଥିଲା ଲ୍ୟାଣ୍ଡମାଇନ୍। ଅଳ୍ପକେ ବର୍ତ୍ତିଗଲେ ୫୦ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ।
ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନକର୍ମଚାରୀ ଯାଇଥିଲେ। ଏହି ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ତେବେ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ ଗାଡି ଉଡାଇବା ପାଇଁ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜା ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ବିସ୍ପୋରକ ସାମଗ୍ରୀ ଓ କିଛି ତାର ଜବତ ହୋଇଛି।
Powered by Froala Editor