ଶ୍ରୀହରିକୋଟାରୁ ମହାକାଶକୁ ଗଲା ୮ ନାନୋ ସାଟେଲାଇଟ
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ ପ୍ୟାଡ୍ରୁ ‘ପିଏସ୍ଏଲ୍ଭି’ ରକେଟ୍ ଯୋଗେ ‘ଇସ୍ରୋ’ ୮ଟି ଅତି ନାନୋ ସାଟେଲାଇଟ୍ ସମେତ ୯ଟି ସାଟେଲାଇଟ୍ ସଫଳତାର ସହିତ ମହାକାଶକୁ ପ୍ରେରଣ କରିଛି। ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି। ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯାଇଛି ।
ଗତକାଲି ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଚେୟାରମେନ୍ ଏସ ସୋମନାଥ ନେଲୋରରେ ପୂଜାର୍ଚନା କରିଥିଲେ। ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନର ଅଧ୍ୟୟନରେ ଏହି ସାଟେଲାଇଟ୍ ସାହାଯ୍ୟ କରିବ। ଏହି ଉପଗ୍ରହ ସାମୁଦ୍ରିକ ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ। ଏହା ଆମକୁ ସାମୁଦ୍ରିକ ଝଡ଼ର ମୁକାବିଲା କରିବାରେ ସାହାଯ୍ୟ କରିବ। ଯେକୌଣସି ଘୂର୍ଣ୍ଣିବଳୟର ଆଗମନ ପୂର୍ବରୁ ଏହି ଉପଗ୍ରହଗୁଡ଼ିକରୁ ସୂଚନା ପାଇ ହେବ।
ଏହା ପୂର୍ବରୁ ଇସ୍ରୋ ସଫଳତା ପୂର୍ବକ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ। ଗତ ୧୮ ନଭେମ୍ବରରେ ଶ୍ରୀହରିକୋଟା ସତୀଶ ଧୱନ୍ ସ୍ପେଶ ସେଣ୍ଟରରୁ ଏହାର ଲଞ୍ଚ ହୋଇଥିଲା।
Powered by Froala Editor