ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି

ଶୁକ୍ରବାର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରି ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ୧୫ ବର୍ଷ ପୁରୁଣା ସରକାରୀ ଯାନକୁ ସ୍କ୍ରାପରେ ପରିବର୍ତ୍ତନ କରି ଦିଆଯିବ । ସରକାର ଖୁବଶୀଘ୍ର ଏହି ନିୟମ ଆଣିବାକୁ ଯାଉଛନ୍ତି । ଏହାଦ୍ୱାରା ୧୫ ବର୍ଷ ପୁରୁଣା ଗାଡିକୁ ଆଉ ସଡ଼କରେ ଚଲାଇବାକୁ ଅନୁମତି ଦିଆଯିବ ନାହିଁ ।
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ଏକ ଭେହିକ୍ଲ ସ୍କ୍ରାପେଜ୍ ପଲିସି (ଗାଡ଼ି ବଦଳ ନୀତି) ଘୋଷଣା କରିଥିଲେ । ଏପ୍ରିଲ ୧, ୨୦୨୨ରୁ ଏହା ଲାଗୁ ହୋଇଛି । ଏହା ମାଧ୍ୟମରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନୂଆ ନିର୍ଦ୍ଦେଶ ଉକ୍ତ ସ୍କ୍ରାପେଜ୍ ପଲିସୀର ଏକ ଅଂଶ ବୋଲି କୁହାଯାଉଛି ।
ସେ କହିଛନ୍ତି ଯେ ଏହି ନୀତି ମାଧ୍ୟମରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ବିଭାଗରେ ଚାଲୁଥିବା ୧୫ ବର୍ଷରୁ ପୁରୁଣା ଗାଡ଼ି ହଟେଇବାକୁ କୁହାଯାଇଛି । ଏସବୁ ଗାଡ଼ି ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ବସ୍, ଟ୍ରକ୍, କାର କିମ୍ବା ଏସୟୁଭି ।
Powered by Froala Editor