କ୍ଷମା ମାଗିଲେ ରିଚା, କାହିଁକି ଜାଣନ୍ତୁ...

ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ରିଚା କହିଛନ୍ତି, କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଲେଖିଥିବା ଶବ୍ଦକୁ ନେଇ ବିବାଦ ହୋଇଛି। ଯଦି ମୁଁ ଏହା ଲେଖି କାହାକୁ ଆଘାତ ଦେଇଥାଏ ତେବେ ମୁଁ ଏଥିପାଇଁ କ୍ଷମା ମାଗୁଛି।
ଉଲ୍ଲେଖଯୋଗ୍ୟ, ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନିକଟରେ ଏକ ଟିପ୍ପଣୀ ଦେଇ କହିଥିଲେ ଯେ ସରକାର ନିର୍ଦ୍ଦେଶ ଦେଲେ ସେନା ପାକିସ୍ତାନ ଦ୍ବାରା ବେଆଇନ ଭାବେ ଅକ୍ତିଆର କରାଯାଇଥିବା କାଶ୍ମୀରର ଅଂଶକୁ ଫେରାଇ ଆଣିବୁ । କମାଣ୍ଡରଙ୍କ ଏହି ଟିପ୍ପଣୀକୁ ଟ୍ବିଟରରେ ସେୟାର କରି ରିଚା ଚଢ଼ା ଲେଖିଥିଲେ ‘ଗଲ୍ୱାନ ସେଜ୍ ହାଏ’। ଏହି ପୋଷ୍ଟ୍ ଭାଇରାଲ୍ ହେବାପରେ ଅନେକ ଏହାକୁ ଅପମାନଜନକ କହିଛନ୍ତି। ବିଜେପି କହିଛି, ଭାରତୀୟମାନେ ସେନାକୁ ସମ୍ମାନ ଦିଅନ୍ତି। କିନ୍ତୁ ସେନାକୁ କଟାକ୍ଷ କରି କେହି ଯଦି ସୋସିଆଲ ମିଡିଆରେ କିଛି ପୋଷ୍ଟ୍ କରିବେ ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାପରେ ରିଚା କ୍ଷମା ମାଗିଛନ୍ତି ।
ରିଚା କହିଛନ୍ତି, ମୁଁ କ୍ଷମା ମାଗୁଛି ଏବଂ ବିନା କୌଣସି ଉଦ୍ଦେଶ୍ୟ ରଖି ମୁଁ ଯେଉଁ ଶବ୍ଦ ବ୍ୟବହାର କରିଥିଲି ତାହା ଯଦି ସେନାରେ ମୋ ଭାଇମାନଙ୍କ ଭାବନାକୁ ଆଘାତ ଦେଇଥାଏ ତେବେ ଏଥିପାଇଁ ମୁଁ ଦୁଃଖିତ।
Powered by Froala Editor