ଅନୱାର ଇବ୍ରାହିମ୍ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର : ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ଅନୱାର ଇବ୍ରାହିମ୍ କାଲି ଶପଥ ନେଇଛନ୍ତି । ଦେଶର ସୁଲତାନ ଅବଦୁଲ୍ଲା ସୁଲତାନ୍ ଅହମ୍ମଦ ଶାହ ଆଜି ବିରୋଧୀ ଦଳ ନେତା ଅନୱରଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁ୍କ୍ତ କରାଯିବା ନେଇ ଘୋଷଣା କରିଥିଲେ । ଏହାଦ୍ୱାରା ନଭେମ୍ବର ୧୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ଜାରିରହିଥିବା ଅଚଳାବସ୍ଥାର ଅବସାନ ଘଟଛି । ୨୦୧୮ରୁ ଏପର୍ଯ୍ୟନ୍ତ ମାଲେସିଆରେ ୩ଥର ନିର୍ବାଚନ ହୋଇସାରିଲାଣି ।
ଉଲ୍ଲେଖଯୋଗ୍ୟ, ମାଲେସିଆ ରାଜା ସୁଲତାନ ଅବଦୁଲ୍ଲା ସୁଲତାନ୍ ଅହମ୍ମଦ ଶାାହଙ୍କ ପାଖରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେବାର କ୍ଷମତା ରହିଛି । ଏଥିପାଇଁ ସବୁ ଦଳକୁ ତାଙ୍କ ପାଖରେ ବହୁମତ ପ୍ରମାଣିତ କରିବାକୁ ହୋଇଥାଏ । ପାଞ୍ଚଦିନ ପୂର୍ବେ ହୋଇଥିବା ନିର୍ବାଚନରେ ଅନୱରଙ୍କୁ ସମର୍ଥନ କରୁଥିବା ମେଣ୍ଟ ‘ପାକତାନ ହରାପାନ’ ୮୨ଆସନ ଜିତିଥିଲା । କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନପାରିବାରୁ ରାଜନୀତିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଶେଷରେ ରାଜା ସୁଲତାନ୍ ହସ୍ତକ୍ଷେପ କରିଥିଲେ । ଅନୱରଙ୍କ ମେଣ୍ଟ ଦଳ ସର୍ବାଧିକ ଆସନ ଜିତିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ନେଇ ଘୋଷଣା କରାଯାଇଥିଲା ।
ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ୭୫ବର୍ଷୀୟ ଅନୱର ଦୁର୍ନିତି ଓ ସୋଡୋମି ଭଳି ସଙ୍ଗିନ ମାମଲାରେ ପାଖାପାଖି ୧ ଦଶନ୍ଧି ଜେଲଦଣ୍ଡ ଭୋଗିଥିଲେ । ତେବେ ରାଜନୈତିକ ଷଡଯନ୍ତ୍ର ଯୋଗୁ ଅନୱର ଜେଲ ଯାଇଥିବା ତାଙ୍କ ସମର୍ଥକମାନେ ଦାବି କରିଥିଲେ । ଏବେ ସେ ପ୍ରଧାନମନ୍ତ୍ରୀ ହେବା ପରେ ଘରୋଇ ବଜାରରେ ଉସôାହ ଦେଖିବାକୁ ମିଳିଛି । ମାଲେସିଆରେ ଏବେ ସଶକ୍ତ ତଥା ସ୍ଥିର ସରକାର ଆସିବ ନେଇ ସମର୍ଥକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
Powered by Froala Editor