ହୀରାରେ ଚମକୁଛି ‘ମନ୍ନତ’ ନେମ୍ ପ୍ଲେଟ
ବଲିଉଡ ସୁପରଷ୍ଟାର ଶାହରୁଖ ଫ୍ୟାନ ଫଟୋଅର୍ସ ସବୁଠୁ ଅଧିକ । ତେବେ ତାଙ୍କ ଘର ମନ୍ନତର ବି ଫ୍ୟାନ କିଛି କମ୍ ନୁହଁନ୍ତି । ମୁମ୍ବାଇରେ ମନ୍ନତ ଚର୍ଚ୍ଚାରେ ଥାଏ । ଏବେ ପୁଣି ମନ୍ନତକୁ ନେଇ ନୂଆ କଥା ସାମନାକୁ ଆସିଛି । ଜାଣିଛନ୍ତି କ’ଣ? ତାହା ହେଉଛି ମନ୍ନତ ନେମ୍ ପ୍ଲେଟ ।
ଯାହାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ମନ୍ନତ ଫାଟକର ଦୁଇ ପାଶ୍ୱର୍ରେ ନୂଆ ନେମ୍ ପ୍ଲେଟ୍ ଲାଗିଛି, ଯେଉଁଥିରେ ହୀରା ଖଚିତ ହୋଇଥିବା କୁହାଯାଉଛି । ନେମ୍ ପ୍ଲେଟ୍ ସହ ମନ୍ନତର ବାହାର ଗେଟ୍ ମଧ୍ୟ ବଦଳିଯାଇଛି । ଶାହରୁଖ ଖାନଙ୍କ ଫ୍ୟାନ୍ କ୍ଲବରେ ମନ୍ନତର ନୂଆ ନେମ୍ ପ୍ଲେଟ୍ ଓ ଗେଟ୍ ଫଟୋ ଶେୟାର କରାଯାଇଛି । ଫଟୋ ସହ କ୍ୟାପ୍ସନରେ ଲେଖାହୋଇଛି, ୨ ମାସ ପରେ ମନ୍ନତ ଗେଟ୍ର ନୂଆ ଡିଜାଇନ୍ ସାମ୍ନାକୁ ଆସିଛି । ରାତିର ଅନ୍ଧାରରେ ମନ୍ନତର ନେମ୍ ପ୍ଲେଟ୍ ତାରା ଭଳି ଚମକୁଛି ।
Powered by Froala Editor