ଐତିହାସିକ ବିଜୟ : ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ

ଫିଫା ବିଶ୍ଵ କପ୍ ୨୦୨୨ରେ ସାଉଦି ଆରବ ଆର୍ଜେଣ୍ଟିନାକୁ ୨-୧ ଗୋଲ୍ରେ ପରାସ୍ତ କରିଛି। ସାଉଦି ଆରବର ଏହି ଐତିହାସିକ ବିଜୟରେ କିଙ୍ଗ ସଲମାନ ବୁଧବାର ଦେଶବ୍ୟାପୀ ଛୁଟି ଘୋଷଣା କରିଛନ୍ତି। ଏହା ସମସ୍ତ ସରକାରୀ ଏବଂ ବେସରକାରୀ ସହ ଶିକ୍ଷାନୁଷ୍ଠାନ ଉପରେ ଲାଗୁ ହେବ।
ଏହାକୁ ବିଶ୍ୱକପ ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟ ଭାବେ ଅବିହିତ କରାଯାଉଛି। ମ୍ୟାଚ୍ ଆରମ୍ଭରୁ ସାଉଦିକୁ ଅଣ୍ଡରଡଗ ଭାବେ ବିବେଚନା କରାଯାଉଥିଲା। ହେଲେ ଗ୍ରୀନ ଫାଲକନ୍ସ ସମସ୍ତଙ୍କୁ ଭୁଲ ପ୍ରମାଣ କରି ଲୁସାଇଲ ଷ୍ଟାଡିୟମରେ ଇତିହାସ ରଚିଛି।
ଫୁଟବଲର ସବୁଠାରୁ ବଡ଼ ମହାକୁମ୍ଭରେ ପ୍ରଥମ ଏସିଆନ ଦେଶ ଭାବେ ସାଉଦି ଆରବ ମେସିଙ୍କ ଆର୍ଜେଣ୍ଟିନାକୁ ହରାଇଛି। ଏହି ମ୍ୟାଚ୍ରେ ମେସି ଗୋଟିଏ ଗୋଲ ସ୍କୋର କରିଥିଲେ ମଧ୍ୟ ଏହା ବେକାର ହୋଇଯାଇଛି। ସମସ୍ତଙ୍କୁ ଚକିତ କରି ସାଉଦି ଆରବ ଷ୍ଟାର ଖଚିତ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇ ଦେଇଛି। ଗ୍ରୁପ ସି’ର ପ୍ରଥମ ମ୍ୟାଚ୍ରେ ଆର୍ଜେଣ୍ଟିନା ଝୁଣ୍ଟିବା ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି।
ସାଉଦି ୨-୧ରେ ମ୍ୟାଚ୍ ଜିତି ଗ୍ରୁପ୍ ସି’ର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଏହି ଗ୍ରୁପରେ ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ ଓ ପୋଲାଣ୍ଡ ରହିଛନ୍ତି।
Powered by Froala Editor