ମୃତ୍ୟୁ ପରେ ବି ତୋ ହାତ ଛାଡ଼ିବିନି...
‘ଆମେ ସାତ ଜନ୍ମର ସାଥୀ । ମୃତ୍ୟୁ ପର୍ଯ୍ୟନ୍ତ ହାତ ଧରିଥିବି । ଏଭଳି ପ୍ରତିଶ୍ରୁତି ତ ବହୁ ପ୍ରେମ କାହାଣୀରେ ଶୁଣିବାକୁ ମିଳେ । ହେଲେ ପ୍ରକୃତ ଜୀବନରେ ଏଭଳି ଉଦାହରଣ ଦେଖିବାକୁ ମିଳିଛି ।
ଜଣେ ଯୁବକ ନିଜ ମୃତ ପ୍ରେମିକାଙ୍କ ମୃତଦେହ ସହ ବିବାହ କରିଛନ୍ତି। ଏକ ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ତାଙ୍କ ପ୍ରେମିକା । ଆଉ ତାଙ୍କୁ ଜୀବନ ଦେଇ ଭଲ ପାଉଥିବା ତାଙ୍କ ପ୍ରେମିକ କିନ୍ତୁ ତାଙ୍କୁ ଦେଇଥିବା କଥା ରଖିଛନ୍ତି । ମୃତ୍ୟୁ ପରେ ପ୍ରେମିକାଙ୍କ ମୃତଦେହକୁ ସିନ୍ଦୂର ପିନ୍ଧାଇ ବିବାହ କରିଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଆସାମର ମୋଇରାଗାଓଁରୁ। ଭିଡିଓରେ ଥିବା ଯୁବକଙ୍କ ନାଁ ହେଉଛି ବିଟୁପନ ଏବଂ ମୃତ ଯୁବତୀ ହେଉଛି ପ୍ରାର୍ଥନା। ବିଟୁପନ ତାଙ୍କ ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇ, ମାଳ ପକାଇ ବିବାହ କରିଛନ୍ତି।
ବିଟୁପନ ଏବଂ ପ୍ରାର୍ଥନା ପରସ୍ପରକୁ ଖୁବ୍ ଭଲ ପାଉଥିଲେ। କଥା ଦେଇଥିଲେ ଜୀବନ ସାଥୀ ହୋଇ ରହିବାକୁ। ହେଲେ ବିଧାତାର କିଛି ଭିନ୍ନ ଯୋଜନା ଥିଲା। ବିବାହର କିଛି ଦିନ ପୂର୍ବରୁ ଜଣାପଡ଼ିଥିଲା ଯେ ପ୍ରାର୍ଥନା ଏକ ଗୁରୁତର ରୋଗରେ ଆକ୍ରାନ୍ତ ଅଛନ୍ତି। ଆଉ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାର୍ଥନାଙ୍କ ମୃତ୍ୟୁ ପରେ ସେ ଧୈର୍ଯ୍ୟ ହରାଇନଥିଲେ। ପ୍ରାର୍ଥନାଙ୍କୁ ଦେଇଥିବା କଥା ରଖିଥିଲେ ବିଟୁପନ । ମୃତ୍ୟୁ ପରେ ପ୍ରେମିକାଙ୍କ ମୃତଦେହକୁ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ।
Powered by Froala Editor