'ଭୋଳା'ର ଟିଜର ରିଲିଜ

ବଲିଉଡ ସିଙ୍ଘମ ଅଜୟ ଦେବଗନ ବର୍ତ୍ତମାନ ‘ଦୃଶ୍ୟମ୨’ର ସଫଳତା ପାଇଁ ଲାଇମ ଲାଇଟରେ ଅଛନ୍ତି। ତିନି ଦିନ ମଧ୍ୟରେ ଏହି ଫିଲ୍ମ ୬୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏହି ସମୟରେ ଅଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଭୋଳା'ର ଟିଜର ମଙ୍ଗଳବାର ରିଲିଜ୍ ହୋଇଛି। ଅଜୟ ଦେବଗନ ସୋମବାର ଫିଲ୍ମର ମୋସନ ପୋଷ୍ଟର ଶେୟାର କରିଥିଲେ। ଦର୍ଶକ ଦେଖିବା ପରେ ବେଶ୍ ପସନ୍ଦ କରିଥିବା ଜଣାପଡିଛି।
ଅଜୟଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୋଲା’ ଆସନ୍ତାବର୍ଷ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଉଛି। ଫିଲ୍ମରେ ଅଜୟଙ୍କ ବ୍ୟତିତ ତବୁ,ସଞ୍ଜୟ ମିଶ୍ର, ଦୀପକ ଡୋବ୍ରିଆଲ ଆଦି ଷ୍ଟାର୍କାଷ୍ଟ ରହିଛନ୍ତି। ଶୁଣିବାକୁ ମିଳିଛି ଫିଲ୍ମଟି 3D ରେ ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ୍।
Powered by Froala Editor