୨୪ ବର୍ଷରେ ଚାଲିଗଲେ ଏଣ୍ଡ୍ରିଲା

ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ବ୍ରେନ୍ଷ୍ଟ୍ରୋକ୍ ଯୋଗୁଁ କୋଲକାତା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା ।
ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା' ପୂର୍ବରୁ ୧ ନଭେମ୍ବରରେ ବ୍ରେନ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା। ଯାହା ପାଇଁ ମସ୍ତିଷ୍କର ଅନେକ ସ୍ଥାନରେ ରକ୍ତ କ୍ଲଟ ହୋଇଯାଇଥିଲା । ଏଥିପାଇଁ Intracranial Hemorrhage ପୀଡିତ ଥିଲେ । ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ ଷ୍ଟ୍ରୋକ୍ ହୋଇଥିଲା। ୨ ଥର କ୍ୟାନସର, ବ୍ରେନ ଷ୍ଟ୍ରୋକ, ହାର୍ଟ ଆଟାକକୁ ମାତ୍ ଦେଇଥିଲେ । କିନ୍ତୁ ଏଥର ସେ ଜୀବନଯୁଦ୍ଧରେ ହାରି ଯାଇଛନ୍ତି ।
ଏଣ୍ଡ୍ରିଲା ଅନେକ ଟିଭି ସିରିଏଲରେ ନିଜର ଅଭିନୟ କରିଛନ୍ତି। ଝୁମର ସିରିଏଲରୁ ଅଭିନୟ ଜଗତରେ ପାଦ ଦେଇଥିଲେ। ଏହାପରେ ସେ ଅନେକ ପପୁଲାର ଶୋ'ରେ ନଜର ଆସିଥିଲେ। ଏଣ୍ଡ୍ରିଲା ଓଟିଟିର କେତେକ ପ୍ରୋଜେକ୍ଟର ଅଂଶ ମଧ୍ୟ ରହିଛନ୍ତି।
Powered by Froala Editor