ନାଭାଲେ ବ୍ରିଜରେ ସିରିଜ୍ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୩୦ ଗାଡ଼ି

ପୁନେର ନାଭାଲେ ବ୍ରିଜ ଅଞ୍ଚଳରେ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଗାଡି ଚୂରମାର ହୋଇଯାଇଛି। ତେବେ କେହି ମୃତାହତ ହୋଇଥିବା ବର୍ତ୍ତମାନ ସୂଦ୍ଧା ସୂଚନା ମିଳିନାହିଁ। ସେଠାକାର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ବାଙ୍ଗାଲୋର-ମୁମ୍ବାଇ ଜାତୀୟ ରାଜପଥର ନାଭାଲେ ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ରାଜପଥରେ ଗାଡ଼ି ଗୁଡ଼ିକ ହାଇସ୍ପିଡ୍ରେ ଚଳପ୍ରଚଳ କରନ୍ତି। ରାଜପଥ ଗଡାଣିଆ ହୋଇଥିବାବେଳେ ଗାଡିଗୁଡିକ ଅତି ଦ୍ରୁତ ଗତିରେ ଯାତାୟାତ କରିଥାଏ। ତେଣୁ ସବୁବେଳେ ଏଠାରେ ଦୁର୍ଘଟଣା ଘଟିଥାଏ। ଦୁର୍ଘଟଣା ପରେ ରାସ୍ତା ଜାମ ଯୋଗୁ ବୁହୁ ଲୋକେ ଫସିଯାଇଛନ୍ତି। ପୁଲିସ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଥିବା ବେଳେ ଗାଡିଗୁଡକୁ ରାସ୍ତାରୁ ହଟାଇବାରେ ଲାଗିଛି।
Powered by Froala Editor