ଗ୍ୟାସ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ

ରୁଷର ପ୍ୟାସିଫିକ ଦ୍ୱୀପ ସାଖାଲିନରେ ଗ୍ୟାସ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଭୁଶୁଡ଼ି ପଡ଼ିଛି ୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଜଣଙ୍କ ପତ୍ତା ମିଳୁନି।
ଖବର ଅନୁଯାୟୀ, ରୋଷେଇ ପାଇଁ ଲାଗିଥିବା ୨୦ ଲିଟର ବିଶିଷ୍ଟ ଗ୍ୟାସ୍ ସିଲଣ୍ଡର ଫାଟିବାରୁ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିଛି। ଏହାର ଧ୍ୱଂସାବଶେଷ ତଳେ ଚାପି ହୋଇ ୯ ଜଣ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକଳନ କରାଯାଉଥିଲା ଯେ କୌଣସି ଆକ୍ରମଣରେ ଏପରି ଘଟିଛି। ହେଲେ ପରବର୍ତ୍ତୀ ଅବସ୍ଥାରେ ଗ୍ୟାସ ବିସ୍ଫୋରଣ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ଜଣାପଡ଼ିଛି।
ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଜଣେ ବ୍ୟକ୍ତି ନିଖୋଜ ଥିବାରୁ ତାଙ୍କୁ ଉଦ୍ଧାର ପାଇଁ ସୁରକ୍ଷାକର୍ମୀ ସବୁ ପ୍ରକାରର ଉଦ୍ୟମ କରୁଛନ୍ତ।
Powered by Froala Editor