ପସନ୍ଦ ଆସିଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲେ କନ୍ୟା

ମତାନ୍ତର ପାଇଁ ବାହାଘର ଭାଙ୍ଗେ । ଯୌତୁକ ପାଇଁ ବାହାଘର ଭାଙ୍ଗେ । ହେଲେ ଲେହେଙ୍ଗା ପାଇଁ ବାହାଘର ଭାଙ୍ଗିବା ବୋଧେ ପ୍ରଥମଥର ଘଟିଥିବ । ହଁ ଏହା ସତ ଯେ କନ୍ୟାକୁ ଲେହେଙ୍ଗା ଭଲ ନଲାଗିବାରୁ ସେ ବାହାଘର ଭାଙ୍ଗିଦେଇଛି ।
ସୂଚନାନୁଯାୟୀ, ଲକ୍ଷ୍ନୌ ଅଲମୋଡାର ଜଣେ ଯୁବକ ସହ ଉତ୍ତରାଖଣ୍ଡ ହଲଦ୍ୱାଇନ୍ର ଜଣେ ଯୁବତୀଙ୍କ ବିବାହ ଠିକ୍ ହୋଇଥିଲା। ବିବାହ ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ଯୁବକ ଜଣକ ନିଜ ଭାବି ସ୍ତ୍ରୀ ପାଇଁ ଲକ୍ଷ୍ନୌରୁ ନିଜ ମନ ପସନ୍ଦ ମୁତାବକ ଏକ ଲେହେଙ୍ଗା ଅର୍ଡର କରିଥିଲେ। ଯାହାର ଦାମ୍ ଥିଲା ୧୦ ହଜାର ଟଙ୍କା। ହେଲେ କନିଆଁକୁ କିନ୍ତୁ ଏହି ଲେହେଙ୍ଗା ପସନ୍ଦ ଆସିନଥିଲା। ଏହା ତାଙ୍କୁ ଶସ୍ତା ଲାଗିଥିଲା। ଏହାପରେ ବିବାହ ପାଇଁ ସଫା ସଫା ମନା କରିଦେଇଥିଲା କନିଆଁ।
ବର ଘର ପକ୍ଷରୁ ନିମନ୍ତ୍ରଣ କାର୍ଡ ଛପା ସରିଥିବାରୁ ମାମଲା ପୁଲିସ ଷ୍ଟେସନ୍ରେ ପହଞ୍ଚିଥିଲା। କୋଟୱାଲି ପୁଲିସ ପ୍ରଥମେ ସେମାନଙ୍କୁ ଶାନ୍ତ କରି ଘରକୁ ପଠାଇଥିଲା। କିନ୍ତୁ ବର ପକ୍ଷ ନିମନ୍ତ୍ରଣ କାର୍ଡ ଛାପିଥିବା ଦାବି କରି ପୁଣିଥରେ ଥାନାରେ ପହଞ୍ଚିଥିଲେ। ଏହାପରେ ପୁଲିସର ହସ୍ତକ୍ଷେପରେ ଏକ ଶାନ୍ତିପୂର୍ଣ୍ଣ ଚୁକ୍ତି ଆଧାରରେ ଏହି ବାହାଘର ଭାଙ୍ଗି ଯାଇଥିଲା।
Powered by Froala Editor