ମହେଶ ବାବୁ ବାପା ଘଟ୍ଟାମାନେନୀଙ୍କ ପରଲୋକ
![ମହେଶ ବାବୁ ବାପା ଘଟ୍ଟାମାନେନୀଙ୍କ ପରଲୋକ](https://odishanewslens.com/news_gallery/17587_1668499450.jpg)
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣ ଘଟ୍ଟାମାନେନୀଙ୍କ ପରଲୋକ ହୋଇଛି । ସୋମବାର ରାତିରେ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଭୋର ୪ଟାରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହାଇଦ୍ରାବାଦର ପ୍ରାଇଭେଟ ହସପିଟାଲରେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଖବର ମିଳିଛି। ସୂଚନାଯୋଗ୍ୟ, ଗତ ଦୁଇମାସ ତଳେ ମହେଶ ବାବୁଙ୍କ ମା ଇନ୍ଦିରା ଦେବୀଙ୍କ ପରଲୋକ ହୋଇଥିଲା ।
ସୂଚନା ମୁତାବକ, ସୋମବାର ରାତିରେ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ସିଫ୍ଟ କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଭେଣ୍ଟିଲେଟରରେ ମଙ୍ଗଳବାର ଭୋର ୪ଟାରୁ ତାଙ୍କର ଜୀବନ ଚାଲିଯାଇଥିଲା । ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସମାନେ ବି ଦୁଃଖିତ ହୋଇପଡ଼ିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟମାନେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
Powered by Froala Editor