ବୈପାରୀଗୁଡାରେ ଏନକାଉଣ୍ଟର : ୨ ମାଓବାଦୀଙ୍କ ମୃତ୍ୟୁ

ବୈପାରୀଗୁଡାରେ ବଡ଼ ଧରଣର ଏନକାଉଣ୍ଟରରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଳିପଦର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ବେଳେ, ଚଢ଼ାଉ କରିଥିଲା ପୋଲିସ । ପୋଲିସକୁ ଦେଖି ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଯାହାର ଜବାବ ଦେଇଛନ୍ତି ପୋଲିସ ଅଧିକାରୀ ।
ଘଟଣାସ୍ଥଳରୁ ବନ୍ଧୁକ, ବହୁ ବିସ୍ଫୋରକ, ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ ସହ ୧୦ବସ୍ତା ଗଞ୍ଜେଇ ଜବତ କରାଯାଇଛି ବୋଲି ଶୁକ୍ରବାର କୋରାପୁଟ ଏସ୍ପି ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ଡିଆଜିଙ୍କ ସୂଚନାନୁଯାୟୀ, ବୈପାରିଗୁଡ଼ାର ମାଳିପଦର, ବଦଳିପାହାଡ଼, ଅଟଲାଗୁଡ଼ା ଅଞ୍ଚଳରେ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ବତନ୍ତ୍ର ଜୋନାଲ କମିଟିର ବହୁ ମାଓବାଦୀମାନେ ଏକାଠି ହୋଇ ବୈଠକ କରୁଥିବା ନେଇ ଗୋଇନ୍ଦା ବିଭାଗ ସୂଚନା ଦେଇଥିଲା। ଗୁରୁବାର ରାତିରେ କୋରାପୁଟ ଏସ୍ଓଜି ଗୋଟିଏ ଟିମ୍ ବୈପାରିଗୁଡ଼ା ଥାନା ଅଧୀନ ଅଟାଳଗୁଡ଼ା, ମାଳିପଦର, ବଦଳିପାହାଡ଼ ଗ୍ରାମ ନିକଟ ଜଙ୍ଗଲରେ କୋମ୍ବିଂ କରିଥିଲେ। ମାଳିପଦର ନିକଟ ଜଙ୍ଗଲରେ ପୋଲିସକୁ ଦେଖି ହଠାତ୍ ମାଓବାଦୀଙ୍କ ପକ୍ଷରୁ ଗୁଳିଚଳାନା ଆରମ୍ଭ ହୋଇଥିଲା। ପୋଲିସ ମଧ୍ୟ ପାଲଟା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା।
Powered by Froala Editor