ଦେବାଳିଆ ହୋଇଯିବ କି ଟ୍ୱିଟର !

ଟ୍ୱିଟରର ନୂଆ ମାଲିକ ଏଲୋନ୍ ମସ୍କଙ୍କ ହାତକୁ କମ୍ପାନୀ ମାଲିକାନା ଯିବା ପରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଅନେକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଥିବା ବେଳେ ଏବେ ବହୁ ବରିଷ୍ଠ ଅଧିକାରୀ ଇସ୍ତଫା ଦେଉଛନ୍ତି । ବରିଷ୍ଠ ଅଧିକାରୀମାନେ କମ୍ପାନୀ ଛାଡ଼ିବା ଯୋଗୁ ଟୁଇଟର ଦେବାଳିଆ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ମସ୍କ କହିଛନ୍ତି । ଟ୍ୱିଟରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଇସ୍ତଫା ଏବଂ ଆମେରିକାର ପ୍ରଶାସକଙ୍କ ଚେତାବନୀ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଥିବା ସେ କହିଛନ୍ତି।
ନିକଟରେ ଟୁଇଟରର ମୁଖ୍ୟ ସୁରକ୍ଷା ଅଧିକାରୀ ଓ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପଦରୁ ଇସ୍ତଫା ଦେଇଥିଲେ । ଏହାଦ୍ବାରା କମ୍ପାନୀର ଆର୍ଥିକ ସ୍ଥିତି ଉପରେ ସଙ୍କଟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଆସନ୍ତାବର୍ଷ କମ୍ପାନୀ ଆରବ ଡଲାରର କ୍ଷତି ସହିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମସ୍କ ।
ଅନ୍ୟପକ୍ଷରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିବାର ଦୁଇ ସପ୍ତାହ ପରେ ବିଶେଷଜ୍ଞମାନେ କହିଛନ୍ତି ଯେ ଟ୍ୱିଟରର ଆର୍ଥିକ ଅବସ୍ଥା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।
Powered by Froala Editor