ଅୱେସୀଙ୍କୁ ଟ୍ରେନ୍ରେ ପଥର ଫିଙ୍ଗିଲେ ଲୋକେ
![ଅୱେସୀଙ୍କୁ ଟ୍ରେନ୍ରେ ପଥର ଫିଙ୍ଗିଲେ ଲୋକେ](https://odishanewslens.com/news_gallery/17462_1668023058.jpg)
ଗୁଜରାଟର ସୁରଟରେ ଏକ ବୈଠକରେ ଯୋଗ ଦେବାପାଇଁ ଏଆଇଏମ୍ଆଇଏମ ମୁଖ୍ୟ ଅସଉଦ୍ଦିନ ଅୱେସୀ ଆଜି ବନ୍ଦେ ଭାରତ ଟ୍ରେନ୍ରେ ଯାତ୍ରା କରୁଥିବାବେଳେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଛି। ଏଆଇଏମଆଇଏମ୍ର ମୁ୍ଖପାତ୍ର ୱାରିସ ପଠାନ କହିଛନ୍ତି, ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଅସଉଦ୍ଦିନ ଅୱେସୀ, ସବୀର କବଲିୱାଲା ସାର୍ ଏବଂ ମୁଁ ବନ୍ଦେ ଭାରତ ଏକ୍ସପ୍ରେସରେ ଅହମଦାବାଦରୁ ସୁରଟକୁ ଯାଉଥିବାବେଳେ ବାଟରେ କିଛି ଲୋକ ଟ୍ରେନ୍କୁ ପଥର ମାଡ଼ କରି କାଚ ଭାଙ୍ଗି ଦେଇଛନ୍ତି। କିନ୍ତୁ ଗୁଜରାଟ ପୁଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ଗୁଜରାଟ ପୁଲିସ କହିଛି, କୌଣସି ପଥର ମାଡ଼ ହୋଇନି କି କୌଣସି ପ୍ରକାର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇନି।
କିନ୍ତୁ ୱାରିସ କହିଛନ୍ତି, ଅୱେସୀ ସୋମବାର ସନ୍ଧ୍ୟାରେ ସୁରଟରେ ପହଞ୍ଚିବା ପାଇଁ ଟ୍ରେନ୍ ଯାତ୍ରା କରୁଥିବା ବେଳେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିଲା। ଏହା ପ୍ରମାଣ କରିବା ପାଇଁ ତାଙ୍କ ନିକଟରେ ଫଟୋ ମଧ୍ୟ ଅଛି।
Powered by Froala Editor