ଅଣ୍ଡା ଚୋରି କରି ଧରାପଡ଼ିଲେ ପୁଲିସ
ଚଣ୍ଡୀଗଡ : ଚୋରି ରୋକିବା ହେଉଛି ପୁଲିସର କାମ । ସମାଜ କ୍ଷେତ ହେଲେ ପୁଲିସ ହେଉଛି ବାଡ । କିନ୍ତୁ ବାଡ଼ ଯଦି କ୍ଷେତ ଖାଇବ କହିବା କାହାକୁ ? ଏମିତି ଏକ ଅଜବ ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଜଣେ ପୁଲିସ ଅଣ୍ଡା ଚୋରି କରୁଥିବାବେଳେ ଧରା ପଡ଼ିଯାଇଛନ୍ତି । ଅବଶ୍ୟ ପବ୍ଲିକ କି ଅନ୍ୟ ପୁଲିସ ନୁହଁନ୍ତି ସିସିଟିଭି କ୍ୟାମେରାରେ ହିଁ ତାଙ୍କର କାରାନାମା ଧରାପଡ଼ିଯାଇଛି । ଯେଉଁଥିପାଇଁ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି ।
ପଞ୍ଜାବରେ ଜଣେ ପୁଲିସ କର୍ମୀ ଅଣ୍ଡା ଚୋରି କରି ଚାକିରିରୁ ନିଲମ୍ବିତ ହେବା ଚର୍ଚ୍ଚାର ବିଷୟ ହୋଇଛି । ରାସ୍ତା ଉପରେ ଅଣ୍ଡା ବୋଝେଇ ଟ୍ରଲି ରଖି ଚାଳକ ନିକଟସ୍ଥ ଦୋକାନକୁ ଯାଇଥିବା ବେଳେ ଫତେହଗଡ଼ ସାହିବ ଥାନାର ମୁଖ୍ୟ କନେଷ୍ଟବଳ ପ୍ରୀତପାଲ ସିଂହ ଟ୍ରଲିରୁ ଅଣ୍ଡା ଆଣି ପ୍ୟାଣ୍ଟ ପକେଟରୁ ପୂରାଇଥିଲେ । ଏହି ସମୟର ଦୃଶ୍ୟ ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପଞ୍ଜାବ ପୁଲିସ ପ୍ରୀତପାଲଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରୁଥିବା ଜଣାପଡ଼ିଛି ।
Powered by Froala Editor