ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ବିମାନ, ୧୯ ମୃତ
![ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ବିମାନ, ୧୯ ମୃତ](https://odishanewslens.com/news_gallery/17421_1667761890.jpg)
ଆଫ୍ରିକାର ସବୁଠୁ ବଡ଼ ହ୍ରଦ କୁହାଯାଉଥିବା ଭିକ୍ଟୋରିଆ ହ୍ରଦରେ ରବିବାର ପ୍ରେସିଜନ ଏୟାରର ଏକ ଯାତ୍ରୀବାହୀ ବିମାନ ଖସି ପଡ଼ିଛି। ଉକ୍ତ ବିମାନଟି ମୱାଞ୍ଜାରୁ ବୁକୋବା ଯାଉଥିଲା। ତେବେ ବୁକୋବା ବିମାନ ବନ୍ଦରରେ ଅବତରଣ ପୂର୍ବରୁ ହ୍ରଦରେ ଖସି ପଡ଼ିଥିଲା। ଉକ୍ତ ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ତାଞ୍ଜାନିଆ ପ୍ରଧାନମନ୍ତ୍ରୀ କାସିମ ମଜାଲିୱା କହିଥିବା ଏଏଫପି ନ୍ୟୁଜ ଏଜେନ୍ସି କହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଉଲ୍ଲେଖ କରିଛି।
ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରିସିଜନ୍ ଏୟାରଲାଇନ୍ସର ଘରୋଇ ବିମାନ ଯେଉଁ ସମୟରେ ବୁକୋବାରେ ଅବତରଣ କରିବାକୁ ଯାଉଥିଲା, ଠିକ୍ ସେହି ସମୟରେ ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ ଓ ବିମାନଟି ଏୟାରପୋର୍ଟ ନିକଟରେ ଥିବା ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଥିଲା। ଯାତ୍ରୀଙ୍କୁ ଉଦ୍ଧାର ପାଈଁ ଅପରେଶନ ଜାରି ରହିଛି। ବିମାନ ଦୁର୍ଘଟଣାର ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଆଫ୍ରିକାର ସର୍ବବୃହତ୍ତ ହ୍ରଦ ଲେକ ଭିକ୍ଟୋରିଆରେ ବିମାନଟି ଅଧା ବୁଡ଼ି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ବିମାନକୁ ଦଉଡ଼ି ସାହାଯ୍ୟରେ ଟାଣି ହ୍ରଦର କୂଳକୁ ଅଣାଯାଇଛି। କାଗେରା ଆଞ୍ଚଳିକ ପୋଲିସ କମାଣ୍ଡାର ୱିଲିଅମ ମାମ୍ପାଘାଲେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି।
Powered by Froala Editor