ସପ୍ତମ ରାଉଣ୍ଡ: କାହାକୁ କେତେ ଭୋଟ

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ପ୍ରତିଟି ପର୍ୟ୍ୟାୟରେ ବିଜେପି ବିଜେଡି ଠାରୁ ଆଗୁଆ ରହୁଥିବାବେଳେ ଭୋଟ ବ୍ୟବଧାନ ବି ବଢ଼ିବାରେ ଲାଗିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାଉଣ୍ଡ ଗଣତି ପରେ ଏବେ ସପ୍ତମ ରାଉଣ୍ଡର ଫଳାଫଳ ସାମନାକୁ ଆସିଛି ।
ତେବେ ସପ୍ତମ ରାଉଣ୍ଡ ଭୋଟ ଗଣତି ପରେ କାହାକୁ କେତେ ଭୋଟ ମିଳିଛି, ଆସନ୍ତୁ ଜାଣିବା
ବିଜେଡି(ଅବନ୍ତୀ ଦାସ):୩୧୪୦ .... ମୋଟ ଭୋଟ ୨୫୯୦୮
କଂଗ୍ରେସ(ବାବା ହରେକୃଷ୍ଣ ସେଠୀ):୧୧୫ ...ମୋଟ ଭୋଟ ୧୧୨୨
ବିଜେପି(ସୂରଜ ସୂର୍ଯ୍ୟବଂଶୀ ):୩୯୪୮...ମୋଟ ଭୋଟ ୩୧୧୦୮
ସ୍ୱାଧୀନ(ପବିତ୍ର ମୋହନ ଦାସ):୨୭....ମୋଟ ଭୋଟ ୧୯୨
ସ୍ୱାଧୀନ(ରାଜେନ୍ଦ୍ର ଦାସ):୯୫ ....ମୋଟ ଭୋଟ ୪୯୫୩
ନୋଟା: ୩୧...ମୋଟ ଭୋଟ ୨୬୨
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ୪୭୪୯ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ୩୯୮୦ଟି ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୧୬୨ଟି ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୪୦୨ଟି ଭୋଟ ମିଳିଥିଲା ।
ସେହିପରି ଦ୍ୱିତୀୟ ରାଉଣ୍ଡରେ ବିଜେଡିକୁ ୩୩୭୮, ବିଜେପିକୁ ୩୯୮୮, କଂଗ୍ରେସକୁ ୧୫୧, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୩୫୦୧, ବିଜେପିକୁ ୪୧୫୫, କଂଗ୍ରେସକୁ ୧୧୪, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୪୯୫, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୧୭ଟି ଭୋଟ ମିଳିଥିଲା ।
ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୬୧, ବିଜେପିକୁ ୫୨୮୯, କଂଗ୍ରେସକୁ ୧୩୦, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୨୭୦, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୩୪ଟି ଭୋଟ ମିଳିଥିଲା ।
ପଞ୍ଚମ ରାଉଣ୍ଡରେ ବିଜେଡିକୁ ୪୦୦୩, ବିଜେପିକୁ ୪୩୧୪, କଂଗ୍ରେସକୁ ୧୬୨, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୦୨୭, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୪୦ ଟି ଭୋଟ ମିଳିଥିଲା ।
ଷଷ୍ଠ ରାଉଣ୍ଡରେ ବିଜେଡିକୁ ୩୮୪୫, ବିଜେପିକୁ ୪୬୬୫, କଂଗ୍ରେସକୁ ୨୮୮, ସ୍ୱାଧୀନ ରାଜେନ୍ଦ୍ର ଦାସଙ୍କୁ ୧୪୬୯, ସ୍ୱାଧୀନ ପବିତ୍ରମୋହନ ଦାସଙ୍କୁ ୩୩ ଟି ଭୋଟ ମିଳିଥିଲା ।
Powered by Froala Editor