କରୋନା ବେଳେବି ଇତିହାସ ରଚିଛି ଏହି ସିନେମା

ଭୁବନେଶ୍ୱର : କରୋନା ପାଇଁ ବଲିଉଡ ସିନେମା ହଲକୁ ଆସିପାରୁନାହିଁ । ବହୁ ସିନେମା ବ୍ୟବସାୟ ବି କରିପାରୁନାହାନ୍ତି । ହେଲେ ହଲିଉଡ ସିନେମା ଗଡଜିଲା ଭର୍ସେସ କଙ୍ଗ ସିନେମା କିନ୍ତୁ କରୋନା କାଳରେ ଇତିହାସ ରଚିଛି । ସିନେମାଟି ୨୯୧୯ କୋଟି ଟଙ୍କାର ବ୍ୟବସାୟ କରି ସମସ୍ତଙ୍କୁ ଚକିତ କରିଦେଇଛି ।
୨୦୧୭ରେ ମୁକ୍ତିଲାଭ କରିଥିବା କଙ୍ଗ : ସ୍କଲ ଆଇଲାଣ୍ଡ ଓ ୨୦୧୯ର ସିନେମା ଗଡଜିଲା : କିଙ୍ଗ ଅଫ ଦ ମନଷ୍ଟର୍ସର ସିକ୍ୱେଲ ହେଉଛି ଗଡ଼ଜିଲା ଭର୍ସେସ କଙ୍ଗ । କରୋନା ସମୟରେ ଏହା ଥିଏଟରକୁ ଆସିଥିବାବେଳେ ସମସ୍ତେ ଭାବୁଥିଲେ ବ୍ୟବସାୟ ମାନ୍ଦା ହୋଇଯିବ । ତେବେ କରୋନା କାଳରେ ମୁକ୍ତିଲାଭ କରିଥିବା ଟେନେଟକୁ ବି ଏହା ବ୍ୟବସାୟରେ ପଛରେ ପକାଇ ଦେଇଛି ।
ହଲିଉଡ ବକ୍ସ ଅଫିସ ଅପେକ୍ଷା ସିନେମାଟି ଅନ୍ୟ ଦେଶରେ ଭଲ ବ୍ୟବସାୟ କରିପାରିଛି । ହଲିଉଡ଼ ବକ୍ସ ଅଫିସରେ ସିନେମାଟି ୮୦.୫ ନିୟୂତ ଡଲାର ବ୍ୟବସାୟ କରିଥିବାବେଳେ ବିଦେଶରେ ତାହା ୩୦୯.୭ ନିୟୂତ ଡଲାର ବ୍ୟବସାୟ କରିଛି । ବିଶେଷକରି ଚାଇନାରେ ସିନେମାଟି ୧୭୭.୩୮ ନିୟୂତ ଡଲାର ଆୟ କରିପାରିଛି ବୋଲି ଜଣାପଡ଼ିଛି ।
Powered by Froala Editor