ଆସନ୍ତା ସପ୍ତାହରୁ କରୋନା ପାଇଁ ‘୨-ଡିଜି’ ଉପଲବ୍ଧ

ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ ୨-ଡିଜି ଡ୍ରଗର ୧୦,୦୦୦ ଡୋଜ ଆସନ୍ତା ସପ୍ତାହରେ ଉପଲବ୍ଧ ହେବ । ଡିଆରଡିଓର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହାର ଉପôାଦନ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଛି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଡ୍ରଗ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି) ର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦିଆଯାଇଥିଲା । ଡିଆରଡିଓର ଏକ ଲାବ ଇନଷ୍ଟିଚୁ୍ୟଟ ଅଫ ନୁ୍ୟକ୍ଲିଅର ମେଡିସିନ ଏଣ୍ଡ ଆଲାଏଡ ସାଇସେନ୍ସ ଏହାକୁ ପ୍ରସ୍ତୁତ କରିଛି । କରୋନା ମୁକାବିଲାରେ ଏବଂ ଏଭଳି ରୋଗୀଙ୍କ ଶ୍ୱାସକି୍ରୟା ଜନିତ ସମସ୍ୟା ହ୍ରାସ କରିବାରେ ଏହା ଉପଯୋଗୀ ସାବ୍ୟସ୍ତ ହେଉଛି ବୋଲି କୁହାଯାଉଛି ।
Powered by Froala Editor