ମଦ ଚାଲାଣର ଏମିତି ଉପାୟ ଦେଖିନଥିବେ : କବାଟ ଭିତରୁ ବାହାରିଲା ବ୍ରାଣ୍ଡେଡ୍ ହ୍ୱିସ୍କି

ଚୋରା ମଦ କାରବାର ବଢିଚାଲିଛି । ଗୁପ୍ତ ଭାବେ ମଦ ରଖି ଲୋକେ ବେପାର ଚଳାଇଛନ୍ତି । ହେଲେ ଏମିତି ମଦ ରଖିବାର ଏମିତି ଗୁପ୍ତ ଉପାୟ ଆପଣ କେବେ ଦେଖିନଥିବେ । କବାଟ ଭିତରେ ଲୁଚାଇ ଚାଲାଣ ହେଉଛି ମାଳ ମାଳ ମଦ ବୋତଲ।
ବିହାରରେ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି ସରକାର। ମଦ ବିକ୍ରି ଉପରେ ଏଠାରେ ବ୍ୟାନ୍ ଲାଗିଥିଲେ ମଧ୍ୟ ବିହାରକୁ ବିଭିନ୍ନ ରାଜ୍ୟରୁ ବେଧଡକ ଭାବେ ମଦ ସପ୍ଲାଏ ହେଉଛି। ରାଜଧାନୀ ଦିଲ୍ଲୀରୁ ଏଠାକୁ ମଦ ଚାଲାଣ ହେଉଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ଟିମ୍ ସୂଚନା ପାଇ ଚଢ଼ାଉ କରିଥିଲା। ଜନତା ଫ୍ଲାଟ ସେକ୍ଟର-୨୫ ରୋହିଣୀ ନିକଟରେ ଏକ ଅଟୋ ଜବତ ହୋଇଥିଲା। ଚେକିଂ ବେଳେ ଅଟୋ ଭିତରୁ ବାହାରିଥିଲା କିଛି କାଠ କବାଟ। ଆଉ କାଠ କବାଟ ଭିତରୁ ବାହାରିଥିଲା ମାଳ ମାଳ ମଦ ବୋତଲ। କବାଟ ଭିତରେ ଗ୍ରୀନ୍ ବ୍ରାଣ୍ଡ ହ୍ୱିସ୍କିର ପ୍ରାୟ ୨୧୧୨ ମଦ ବୋତଲ ଲୁଚାଇ ରଖିଥିଲେ। ପୁଲିସ ଏହି ମାମଲାରେ ଅଟୋ ଡ୍ରାଇଭରଙ୍କ ସମେତ ଆଉ ଜଣଙ୍କୁ ଗିରଫ କରିଛି।

Powered by Froala Editor