୧୮ ଶହ କୋଟି ଟଙ୍କାର ଜିଏସଟି ଠକେଇ
ଭୁବନେଶ୍ଵର: ୧୮ ଶହ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଜିଏସଟି ଇଣ୍ଟେଲିଜେନ୍ସର ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଜିଏସଟି ଇଣ୍ଟେଲିଜେନ୍ସ ୟୁନିଟର ଭୁବନେଶ୍ୱର ଜୋନାଲ ୟୁନିଟ୍ ବିଭିନ୍ନ କର୍ପୋରେଟର ଓ ବ୍ୟବସାୟୀଙ୍କ ଉପରେ ଚଢାଉ କରିଛି। ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ପ୍ଲାଏଉଡ୍ ସପ୍ଲାଏ, ରିଅଲ୍ ଇଷ୍ଟେଟ୍, ସିନେମା ହଲ୍ ଆଦିରେ ଏହି ଟଙ୍କା ହେର୍ଫେର୍ ହୋଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ଜିଏସଟି ଣ୍ଟେଲିଜେନ୍ସ ୟୁନିଟ୍ ନିକଟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁହାପଥର ପରିବହନ ବ୍ୟବସାୟ ପାଇଁ ନକଲି ଇନଭଏସ୍ ପ୍ରଦାନରେ ଜଡିତ ୮ ଶହ କୋଟି କଳା କାରବାରର ପର୍ଦ୍ଦାଫାସ୍ କରିଥିଲା। ସେହିଭଳି ଭୁବନେଶ୍ୱର ପାହାଳରେ ଏକ ପ୍ଲାଏଉଡ୍ କବାଟ ଦୋକାନ ଉପରେ ଚଢାଉ କରି ଶହେ କୋଟି ଟଙ୍କାର କଳା କାରବାରର ପର୍ଦ୍ଦାଫାସ୍ କରିଛି। ଜିଏସଟି ଇଣ୍ଟେଲିଜେନ୍ସ ୟୁନିଟ୍ ଏନେଇ ଅଧିକ ତଦନ୍ତ କରୁଛି। ଏହି କଳା କାରବାରରେ ଜଡ଼ିତ ଥିବା କର୍ପୋରେଟ୍ ଏବଂ ଅନ୍ୟ ବ୍ୟବସାୟ ୟୁନିଟ୍ ଉପରେ କଟକଣା ଲଗାଇବା ପାଇଁ ୟୁନିଟ୍ ସର୍ଚ୍ଚ ଅପରେସନ୍ ଜାରି ରଖିବ ବୋଲି ସୂଚନା ମିଳିଛି।
Powered by Froala Editor