ଏହି ଦେଶରେ ଶବ ସହ ବି ହୋଇଥାଏ ବାହାଘର
ନୂଆଦିଲ୍ଲୀ : ପାଶ୍ଚାତ୍ୟର ଏମିତି କିଛି ଦେଶ ରହିଛି ଯାହାର ଅଜବ ନିୟମ ଆପଣଙ୍କୁ ଚକିତ କରିଦେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ, ଫ୍ରାନ୍ସରେ ଶବ ସହ ବି ବାହାଘର ହୋଇଥାଏ । ଏପରିକି ଏଥିପାଇଁ ରାଷ୍ଟ୍ରପତି ବି ଅନୁମତି ପ୍ରଦାନ କରିଥା’ନ୍ତି । ରାଷ୍ଟ୍ରପତି ଏକ ବିଶେଷ କ୍ଷମତା ବଳରେ ଏଭଳି ଅନୁମତି ଦେଇଥା’ନ୍ତି । ଏହି ବିବାହକୁ ଆଇନତଃ ବୈଧ ବୋଲି ଗ୍ରହଣ କରାଯାଇଥାଏ ।
ଫ୍ରାନ୍ସରେ ଏମିତି ଅନେକ ନିୟମ ରହିଛି ଯାହାକି ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ । ଫ୍ରାନ୍ସରେ ଖାଦ୍ୟ ନଷ୍ଟ କରିବା ଏକ ଅପରାଧ ବୋଲି ବିବେଚନା କରାଯାଇଥାଏ । ଯେଉଁଥିପାଇଁ ସେଠାରେ ହୋଟେଲରେ ଖାଦ୍ୟ ନଷ୍ଟ କରାଯାଇନଥାଏ । ଖାଦ୍ୟ ନଷ୍ଟ କଲେ ସେଠାରେ ଅର୍ଥ ଓ ଜେଲ ଦଣ୍ଡ ବି ମିଳିବାର ଆଶଙ୍କା ରହିଛି । ଅପ୍ରେଲ ଫୁଲ ବି ଏହି ଦେଶରୁ ଆରମ୍ଭ ହୋଇଥିଲା । ସେହିପରି ଫ୍ରାନ୍ସର ମହିଳା ଅନ୍ୟ ଦେଶର ମହିଳାଙ୍କ ଠାରୁ ଅଧିକ ଦିନ ଜୀବିତ ରହିଥା’ନ୍ତି । ଫ୍ରାନ୍ସରେ ହିଁ ୟୂରୋପର ସବୁଠାରୁ ଅଧିକ ମୋଟା ଲୋକ ରହୁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି ।
Powered by Froala Editor