ରାଗରେ ଶାଶୂ, ପତ୍ନୀଙ୍କୁ ଜାଳିଦେଲା

ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ପେଟ୍ରୋଲ ସ୍ପ୍ରେ କରି ପତ୍ନୀ ଏବଂ ଶାଶୁଙ୍କୁ ନିଆଁ ଲଗାଇ ଦେଲା ଜ୍ବାଇଁ । ସାହାରନପୁରର ଜାନକପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଶନିବାର ସକାଳେ ଏହି ଘଟଣା ଘଟିଛି । ନିତିନ ନାମକ ଜଣେ ଯୁବକ ଭୋର ପ୍ରାୟ ଚାରିଟା ବେଳେ ତାଙ୍କ ଶାଶୁ ପାୟଲ ଏବଂ ପତ୍ନୀଙ୍କ ଉପରେ ପେଟ୍ରୋଲ ସ୍ପ୍ରେ କରି ନିଆଁ ଲଗାଇ ଦେଇଥିଲେ । ଏହି କାରଣରୁ ଉଭୟେ ନିଆଁରେ ପୋଡି ହୋଇଯାଇଥିଲେ । ତାଙ୍କ ପାଟି ଶୁଣି ଆଖପାଖର ଲୋକମାନେ ଏକତ୍ରିତ ହୋଇଥିଲେ ।
ନିଆଁରେ ଶାଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । କୁହାଯାଉଛି ଯେ ଅଭିଯୁକ୍ତ ଜ୍ବାଇଁର ପତ୍ନୀ ଏବଂ ଶାଶୁଙ୍କ ସହ ବିବାଦ ଲାଗି ରହୁଥିଲା । ଏଥିରେ ରାଗିଯାଇ ଜ୍ବାଇଁ ଶାଶୁ ଓ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଇଛି ।
Powered by Froala Editor