ଆଖି ବୁଜିଲା ‘ପ୍ରେମା’
ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମା ୬୭ ବର୍ଷ ବୟସରେ ଆଖି ବୁଜିଛି । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ପ୍ରେମାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ହ୍ରାସ ପାଇ ୩ରେ ପହଞ୍ଚିଛି।
ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲା ପ୍ରେମା । ତାର ଆଗ ଵାମ ପଟ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା । କ୍ଷତକୁ ଭଲ କରିବାକୁ ପ୍ରତିଦିନ ଡ୍ରେସିଂ କରାଯାଉଥିଲା । ହେଲେ ଗୁରୁବାରଠାରୁ ହଠାତ ଗୁରୁତର ହୋଇପଡିବାରୁ ପ୍ରେମା ସମ୍ପୂର୍ଣ୍ଣ ରୂପରେ ହାତୀ ଶାଳରେ ତଳେ ପଡ଼ିଯାଇଥିଲା। ବହୁ ଚେଷ୍ଟା ସତ୍ତ୍ୱେ ସେ ଉଠି ନ ଥିଲା। ସେଠାରେ ନନ୍ଦନକାନନ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ। ଶେଷରେ ଶୁକ୍ରବାର ଅପରାହ୍ନରେ ପ୍ରେମା ଆଖି ବୁଜିଛି ।
ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଅସୁସ୍ତ ହୋଇପଡିଥିବାର କର୍ତ୍ତୃପକ୍ଷ କହୁଥିବା ବେଳେ ଶନିବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି।
Powered by Froala Editor