ସାତକୋଶିଆରୁ କଲରାପତରିଆ ବାଘ ଓ ଛୁଆର ଗଳିତ ମୃତଦେହ ଉଦ୍ଧାର
ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପମ୍ପାସର ରେଞ୍ଜର ଜଗନ୍ନାଥପୁର ବିଟରୁ ଆଜି ମା’ ଓ ଛୁଆ କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି। ଗୋଟିଏ ବାଘର ବୟସ ୪ବର୍ଷ ଓ ଛୁଆ ବାଘର ବୟସ ୧ ବର୍ଷ ବୋଲି ଜଣାପଡିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଅନୁଗୋଳ ଆର୍ସିସିଏଫ୍ ଏମ.ଯୋଗାନନ୍ଦା ଏନେଇ ସୂଚନା ଦେଇଛନ୍ତି। କଲରାପତରିଆ ଦୁଇଟି ସପ୍ତାହେ ହେଲା ମରିଥିବା ବେଳେ ବନ ବିଭାଗ ପାଖରେ ଖବର ନଥିଲା। ଆଜି ଗଳିତ ମୃତଦେହ ଗନ୍ଧ ହେବାପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିଛି।
ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ କୁଲାଙ୍ଗୀ ଗ୍ରାମ ନିକଟରେ କଲରାପତରିଆ ମରିଥିବା ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସାତକୋଶିଆ ଡିଏଫଓ, ଆରସିସିଏଫଓ, ଏସିଏଫଓଙ୍କ ସମେତ ରେଞ୍ଜର ଓ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ। କଲରାପତରିଆ ନିକଟରୁ ପଚା ଗନ୍ଧ ଆସିବା ପରେ ଘଟଣା ଜଣାପଡିଥିଲା।
ଜଙ୍ଗଲୀ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟ ନେଇ ବିଛା ଯାଇଥିବା ଫାସରେ ପଡି ମା ଓ ଛୁଆ କଲରାପତରିଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସାତକୋଶିଆରେ ଏଭଳି ଘଟଣା ପ୍ରଥମ ଥର ଘଟିଥିବା କୁହାଯାଉଛି, ଯେଉଁଥିରେ କି ଦୁଇଟି ବାଘର ମୃତ୍ୟୁ ହୋଇଛି।
Powered by Froala Editor