୧୨ ବର୍ଷର ନାବାଳକକୁ ଖଣ୍ଡ ଖଣ୍ଡ କାଟିଦେଲେ

ବିହାରର ଭୋଜପୁରରେ ଅତି ନୃଶଂସ ଘଟଣା ଘଟିଛି। ଭୁଲ ବୁଝାମଣାରୁ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ଖଣ୍ଡ ଖଣ୍ଡ କରି ହାଣି ମାରିଦିଆଯାଇଛି । ବିହାରର ଭୋଜପୁରରେ ଏହି ଘଟଣା ଘଟିଛି।
ପୁଲିସ୍ କହିଛି ଯେ ଗତ ସପ୍ତାହରେ ଜଣେ ୫ମ ଶ୍ରେଣୀର ଛାତ୍ର ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ତା’ର ଭଉଣୀକୁ ପରୀକ୍ଷା ପାଇଁ ସ୍କୁଲକୁ ନେଇ ଯାଇଥିଲା। ପରୀକ୍ଷାରେ ଭଉଣୀଙ୍କୁ ସହଯୋଗ କରିବାକୁ ନାବାଳକଟି ଗୋଟିଏ କପି କାଗଜ ପରୀକ୍ଷା ହଲ ମଧ୍ୟକୁ ଫିଙ୍ଗିଥିଲା। ତେବେ ଭୁଲ ବଶତଃ ସେହି କପି କାଗଜଟି ହଲରେ ବସିଥିବା ଆଉ ଜଣେ ଝିଅର ଦେହରେ ମାଡ଼ ହୋଇଥିଲା।
ସେ ଏହାକୁ ଲଭ ଲେଟର ବୋଲି ଭାବି ନେଇଥିଲା ଓ ପରୀକ୍ଷା ପରେ ଭାଇଙ୍କୁ ଜଣାଇଥିଲା। ଭାଇ ଜଣଙ୍କ ତା’ର ସାଙ୍ଗମାନଙ୍କୁ ନେଇ ୧୨ ବର୍ଷୀୟ ଛାତ୍ରକୁ ମାଡ଼ ମାରିଥିଲା। ଏକଥା ଝିଅଟି ତା’ ଘରେ ମଧ୍ୟ ଜଣାଇଥିଲା। ଏହାପରେ ପରିବାର ଲୋକ ପିଲାଟିକୁ ଖୋଜିବାକୁ ଆରମ୍ଭ କରିଥିଲେ। ହେଲେ ଏହିସବୁ ଭିତରେ ଝିଅଟିର ଭାଇ ପିଲାଟିକୁ ଖଣ୍ଡଖଣ୍ଡ କରି କାଟି ରେଳ ଷ୍ଟେସନରେ ପକାଇ ସାରିଥିଲେ।
ପୁଲିସ୍ ୧୨ ବର୍ଷୀୟ ପିଲାଟି ଶରୀରର ବିଭିନ୍ନ ଅଂଶ ମହତବାନିଆ ହଲ୍ଟ ଷ୍ଟେସନ ନିକଟସ୍ଥ ରେଳ ଟ୍ରାକ୍ ନିକଟରୁ ଜବତ କରିଛି। ଏଥିସହ ଫରେନ୍ସିକ ସାଇନ୍ସ ଲ୍ୟାବର ସହଯୋଗରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
Powered by Froala Editor