ସାଉଥ୍ ସିନେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ମାହି
ମୁମ୍ବାଇ: ଗ୍ଲାମର ଦୁନିଆ ପ୍ରତି ଆକର୍ଷିତ ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ । ପ୍ରଥମେ ଫିଲ୍ମ ପ୍ରଡକ୍ସନ୍ ହାଉସ୍ କଲେ । ଆଉ ଏବେ ସିନେମାରେ ଅଭିନୟ କରିବାକୁ ମନ କରିଛନ୍ତି । କେବଳ ସେତିକି ନୁହେଁ, ଖୁବ୍ଶୀଘ୍ର ସେ କାମ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି । ସବୁକିଛି ପ୍ରସ୍ତୁତି ଶେଷ ହୋଇଛି । ନିକଟରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି ।
ସାଉଥ୍ ସିନେ ଇଣ୍ଡଷ୍ଟ୍ରିରେ ମାହି ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରଥମେ ପ୍ରୋଜେକ୍ଟରେ ସୁପରଷ୍ଟାର ଥଲାପଥି ବିଜୟ ଓ ମହେଶ ବାବୁଙ୍କ ସହ ହାତ ମିଳାଇଛନ୍ତି । ଧୋନୀ ତାଙ୍କ ଫିଲ୍ମ ପାଇଁ ମଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପୃଥୀରାଜ୍ ସୁକୁମାରନ ଓ କନ୍ନଡ ଇଣ୍ଡଷ୍ଟ୍ରିର କିଚ୍ଚା ସୁଦୀପକୁ କାଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଏବେ ଧୋନୀଙ୍କ ଫ୍ୟାନ୍ସମାନଙ୍କ ଭିତରେ ଖେଳି ଯାଇଛି ଉତ୍ସାହ । ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ୍ ମିଡିଆରେ ଫ୍ୟାନ୍ ଫଲୋର୍ସ ବି ଖୁବ୍ ବଢ଼ି ଯାଇଛି ।
କିଛିଦିନ ତଳେ ଧୋନୀ ଏଣ୍ଟରଟେନମେଣ୍ଟ ନାମରେ ଏକ ପ୍ରଡକ୍ସନ ହାଉସ୍ ଖୋଲିଥିଲେ ମାହି । ଯାହାକୁ ଉଭୟ ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀ ସମ୍ଭାଳୁଛନ୍ତି । ଏହାର ନୂଆ ଅଫିସ୍ ଚେନ୍ନାଇରେ କରାଯାଉଛି । ଏହି ପ୍ରଡକ୍ସନ୍ ହାଉସ୍ରେ ଏବେ ସୁଦ୍ଧା ୩ଟି ଛୋଟ ସାଉଥ୍ ଫିଲ୍ମ ନିର୍ମାଣ ହୋଇସାରିଛି । ନିକଟରେ ଅନେକ ବଡ଼ ପ୍ରୋଜେକ୍ଟ କାମ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor