ସବୁ ସୀମା ଟପିଗଲେ : ବୋହୂ ପେଟ ଚିରି ଶିଶୁକୁ ବାହାର କରିଦେଲେ ଶାଶୂ ଘର ଲୋକେ

ବୋହୂର ପେଟ ବ୍ଲେଡରେ ଚିରି ଶିଶୁକୁ ବାହାର କରିଦେଲେ ଶାଶୂଘର ଲୋକେ । ଏଭଳି ନିନ୍ଦନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । ଶାଶୁଘର ଲୋକମାନେ ମୃତକ ବୋହୂକୁ ପୋଡି ଦେବା ପୂର୍ବରୁ ପିଲାଟି ଜୀବନ୍ତ ଅଛି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ । କିନ୍ତୁ ଯେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ପିଲାଟି ମଧ୍ୟ ମରିଯାଇଛି, ସେତେବେଳେ ସେମାନେ ନବଜାତର ମୃତଦେହକୁ ମଶାଣିରେ ପୋତିଦେଇଥିଲେ । ଏହି ଘଟଣା ଦେଢ଼ ମାସ ପୁରୁଣା ବୋଲି କୁହାଯାଉଛି। ଜିଲ୍ଲା ପ୍ରଶାସନ ଏ ବିଷୟରେ ଜାଣିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ।
ମିଳିଥିବା ସୂଚନା ମୁତାବକ, ଜବଲପୁରର ବରେଲାର ରାଧା ଲୋଡି ୨୪ ଏପ୍ରିଲ ୨୦୨୧ରେ ପାନାଗରର ଗୋପୀ ପଟେଲଙ୍କୁ ବିବାହ କରିଥିଲେ। ବିବାହ ପରେ ରାଧାଙ୍କୁ ତାଙ୍କ ଶାଶୁଘର ଲୋକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ସନ୍ଦେହଜନକ ଅବସ୍ଥାରେ ୧୭ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସୂଚନା ରାଧାଙ୍କ ପିତାମାତାଙ୍କୁ ଦିଆଯାଇନଥିଲା । କିନ୍ତୁ ଅନ୍ୟ ସୂତ୍ରରୁ ସୂଚନା ପାଇବା ପରେ ମହିଳାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ଶାଶୁଘର ଲୋକ ପୋଷ୍ଟମର୍ଟମ କରିବାକୁ ମନା କରିଦେଇଥିଲେ। ଏହାପରେ ବୋହୂର ମୃତଦେହକୁ ଗାଁ ମସାଣିରେ ନେଇ ପୋଡ଼ିଦେଇଥିଲେ । ତେବେ ମୃତଦେହ ପୋଡିବା ପୂର୍ବରୁ ଶାଶୂଘର ଲୋକମାନେ ମୋବାଇଲରୁ ଏକ ଭିଡିଓ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପୁରୁଷ ମୃତ ଗର୍ଭବତୀ ମହିଳାଙ୍କ ପେଟକୁ ଚିରି ଏକ ଶିଶୁକୁ ବାହାର କରୁଛି ।
କୁହାଯାଉଛି ଯେ ଏହି କାମ ମଶାଣିରେ ଥିବା ଜଣେ ସୁଇପର ଦ୍ୱାରା କରାଯାଇଥିଲା। ସେ ବ୍ଲେଡ ସାହାଯ୍ୟରେ ମୃତ ଶରୀରର ପେଟକୁ ଚିରିଦେଇ ପେଟରୁ ଶିଶୁର ଶବ ବାହାର କଲା। ଏହା ପରେ ବୋହୂର ଶବଦାହ କରାଯାଇଥିଲା ଏବଂ ଶିଶୁର ମୃତଦେହକୁ ମଶାଣିରେ ପୋତି ଦିଆଯାଇଥିଲା।
Powered by Froala Editor