୨୦୨୩ରେ ବିବାହ କରିବେ ରକୁଲ!
ଅଭିନେତ୍ରୀ ଦୀର୍ଘ ସମୟ ଧରି ଜ୍ୟାକି ଭାଗ୍ନାନୀଙ୍କ ସହ ରିଲେସନସିପ୍ରେ ଅଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରକୁଲ ପ୍ରୀତ ସିଂହ। ପ୍ରାୟତଃ ଉଭୟ ଏକାଠି ସ୍ପଟ୍ ହେଉଥିବା ବେଳେ ବିବାହକୁ ନେଇ ଆଲୋଚନା ହେଉଛି। ବର୍ତ୍ତମାନ ରକୁଲଙ୍କ ଭାଇ ଏହି ବିବାହକୁ ନେଇ କିଛି ସୂଚନା ଦେଇଛନ୍ତି। କୁହାଯାଉଛି ୨୦୨୩ ମସିହାରେ ଏହି କପଲ୍ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଅଭିନେତ୍ରୀଙ୍କ ଭାଇ ଅମାନ କହିଛନ୍ତି, ରକୁଲ ଜ୍ୟାକିଙ୍କ ସହ କିଛି ପ୍ରୋଜେକ୍ଟରେ କାମ କରିଛନ୍ତି। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ମଧ୍ୟ ଚାହାଁନ୍ତି। ବର୍ତ୍ତମାନ ବିବାହ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। କିନ୍ତୁ ରକୁଲ ନିଜେ ସମସ୍ତଙ୍କୁ ଏ ବିଷୟରେ କହିବେ।
ଖୁବ୍ ଶୀଘ୍ର ରକୁଲଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଡକ୍ଟର ଜି’ରେ ଦେଖିବାକୁ ମିଳିବ।
Powered by Froala Editor