ହଇଚଇ କରିଛି ଅର୍ଚ୍ଚନା କେଳେଙ୍କାରୀ, ଫାଶରେ ୧୮ ବିଧାୟକ
ଭୁବନେଶ୍ୱର: ରାଜ୍ୟରେ ଏବେ ଅର୍ଚ୍ଚନା ନାଗର କେଳେଙ୍କାରୀ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କାରନାମା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତେବେ ଅର୍ଚ୍ଚନା ନାଗ ଫାଶରେ ଏବେ ୨୫ରୁ ଅଧିକ ନେତା ଥିବା ଚର୍ଚ୍ଚା ହେଉଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ସମ୍ପୃକ୍ତ ୨୫ ନେତାଙ୍କ ମଧ୍ୟରେ ୧୮ ଜଣ ବିଧାୟକ ଥିବା ଚର୍ଚ୍ଚା ହେଉଛି । ୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଏତେ ସଂଖ୍ୟକ ନେତା ସାମିଲ ଥିବାରୁ ପୁଲିସ ମଧ୍ୟ ଅଡ଼ୁଆରେ ପଡ଼ିଛି । ପୁଲିସର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ଅର୍ଚ୍ଚନାକୁ ପୁଲିସ ତରବରିଆଭାବେ ଗିରଫ କଲା ତାକୁ ନେଇ ପ୍ରଶ୍ନ ଉଠିଛି । ତରବରିଆଭାବେ ଗିରଫ କରି ଜେଲ ପଠାଇବାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଅର୍ଚ୍ଚନାକୁ ଗିରଫ ପରେ ବି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ନେଇ ବି ପୁଲିସର ଭୂମିକା ସନେ୍ଦହଘେରରେ । ରିମାଣ୍ଡରେ ଆଣି ପୁଲିସ କାହିଁକି ପଚରାଉଚରା କରୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଉନଥିବାରୁ ପ୍ରଶ୍ନ ଉଠିଛି । କାହା ଚାପରେ ପୁଲିସ ଚେପା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପକ୍ଷରେ ବ୍ଲାକମେଲିଂ କରି ବଡ ବଡୁଆଙ୍କ ଠାରୁ ଟଙ୍କା ଲୁଟୁଥିବା ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବେ ପୋଲିସ ହାତରେ ଲାଗିଛି । ଏହି ମାୟାବିନୀଙ୍କ ମୋଟ ୫ଟି ଆକାଉଣ୍ଟର ତଥ୍ୟ ପୋଲିସର ହସ୍ତଗତ ହୋଇଛି । ଯେଉଁଥିରେ ଦୁଇଟି ସେଭିଂ ଆକାଉଣ୍ଟ, ଗୋଟିଏ ଜଏଣ୍ଟ ଆକାଉଣ୍ଟ, ଦୁଇଟି କରେଣ୍ଟ ଆକାଉଣ୍ଟ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଏହି ୫ଟି ଆକାଉଣ୍ଟରେ ପ୍ରାୟ ୧୫ କୋଟି ବାଲାନ୍ସ ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ତାଙ୍କ ଆର୍ଥିକ ନେଣଦେଣର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି । କିଛି ଫାଇନାନ୍ସିଆଲ୍ ଆଡଭାଇଜର ଓ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହାୟତା ଲୋଡିଛି ପୋଲିସ । ଅଧିକାଂଶ ଆକାଉଣ୍ଟରେ RTGSରେ ମନି ଟ୍ରାନ୍ସଫର ହୋଇଥିବା ଜଣାପଡିଥିବା ବେଳେ ଆଉ କିଛି ଆକାଉଣ୍ଟରେ ଚେକ୍ ଡିପୋଜିଟ ଓ ଅନଲାଇନ ଇଣ୍ଟରନେଟ ଟ୍ରାଞ୍ଜାକ୍ସନ ହୋଇଛି । ସେହିପରି କରେଣ୍ଟ ଆକାଉଣ୍ଟରେ ଅଧିକ ଟ୍ରାଞ୍ଜାକ୍ସନ ହୋଇଛି । ଅଧିକାଂଶ ପେମେଣ୍ଟ ଜଏଣ୍ଟ ଆକାଉଣ୍ଟକୁ ଆସୁଥିବା ଜଣାପଡିଛି ।ପୋଲିସ ହାଇ ଟ୍ରାଞ୍ଜାକ୍ସନକୁ ନାଲି ଗାରରେ ହାଇଲାଇଟ ରଖିଛି । ଯେଉଁ ଆକାଉଣ୍ଟରୁ କାରବାର ହୋଇଛି ସେସବୁର ଆଇଏଫଏସସି କୋଡ ଆକାଉଣ୍ଟ ନମ୍ବର, ଶାଖା ନାମ ସହ ଆକାଉଣ୍ଟଧାରୀଙ୍କ ତାଲିକା କରିଛି ପୋଲିସ । ଏହାବ୍ୟତୀତ ସେଭିଂ ଆକାଉଣ୍ଟରୁ ସେ ସମ୍ପର୍କୀୟଙ୍କ ପାଖକୁ ଟଙ୍କା ପଠାଉଥିଲେ । କିଛି ଆକାଉଣ୍ଟରୁ ଇଏମଆଇ ସୁଝୁଥିବା ଜଣାପଡିଛି । ଅନ୍ୟ କିଛି ଆକାଉଣ୍ଟରେ ଫର୍ଜି ଡକ୍ୟୁମେଣ୍ଟରେ କେତେକ ଠକେଇ କରିଥିବାର ପୋଲିସ ସୂଚନା ପାଇଛି । ଏପରିକି କିଛି ବ୍ୟାଙ୍କ ଅଧିକାରୀ ରୀତିମତ ଆସି ତାଙ୍କର ଘର ସାମ୍ନାରେ ଆସି ଚକ୍କର କାଟି ଯାଉଛନ୍ତି ।
Powered by Froala Editor