ଗୋଆରେ MIG-29K ବିମାନ ଦୁର୍ଘଟଣାଗ୍ରସ୍ତ

ଗୋଆରେ ଭାରତୀୟ ନେଭିର MIG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। କିନ୍ତୁ ସୌଭାଗ୍ୟବସତଃ ପାଇଲଟ ବଞ୍ଚିଯାଇଛନ୍ତି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାର ତଦନ୍ତ ପାଇଁ ବୋର୍ଡ ଅଫ୍ ଇନକ୍ୱାରୀ (BOI) କୁ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା କହିଛି।
ନୌସେନାର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପେରସନ୍ ଜରିଆରେ ପାଇଲଟ ଏକ ବିମାନ ନେଇ ବାହାରିଥିଲେ । କିଛି ସମୟ ଧରି ପରିସ୍ଥିତି ଠିକ୍ ଥିଲା । କିନ୍ତୁ କିଛି ସମୟରେ ପରେ ହଠାତ୍ MIG-29K ବିମାନ୍ଟି କ୍ରାସ୍ ହୋଇଥିଲା । ଯାହାର ସୂଚନା ପାଇ ପାଇଲଟ ତୁରନ୍ତ ଟ୍ରାଫିକ୍ କଣ୍ଟ୍ରୋଲର ରୁମ୍କୁ ଜଣାଇଥିଲେ । ଏହାପରେ ପାଇଲଟ ଜଣକ ନିଜକୁ ବିମାନରୁ ଇଜେକ୍ଟ କରିଦେଇଥିଲେ । ଯାହାଫଳରେ ସେ ସମୁଦ୍ରକୁ ଡେଇଁପଡିଥିଲେ । ଏହାଦ୍ୱାରା ସେ ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୬ ନଭେମ୍ବର ୨୦୨୦ରେ ମଧ୍ୟ ଗୋଆ ଉପକୂଳ ନିକଟରେ MIG-29K ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନର ଟର୍ବୋ ଚାର୍ଜର, ଇନ୍ଧନ ଟ୍ୟାଙ୍କ, ୱିଙ୍ଗ, ଇଞ୍ଜିନ ସମେତ କିଛି ଭଗ୍ନାବଶେଷ ମିଳିଥିଲା ।
Powered by Froala Editor