ମେଟାକୁ ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କଲା ରୁଷ

ମେଟା ବିରୋଧରେ ରୁଷିଆ କଠୋର ପଦକ୍ଷେପ ନେଇଛି । ଆମେରିକାର ଟେକ୍ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଆଜି ରୁଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଫେଡରାଲ ସର୍ଭିସ ଫର ଫାଇନାନ୍ସିଆଲ ମନିଟରିଂର ଗୋଟିଏ ଡାଟାବେସ୍ରୁ ଏପରି କଥା ସାମ୍ନାକୁ ଆସିଛି।
ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ପରେ ରୁଷିଆ ଉପରେ କଟକଣା ଲାଗୁ ହୋଇଥିଲା। ଆମେରିକା ରୁଷିଆ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲା। ଏହାର ଜବାବରେ ମେ ମାସରେ ରୁଷିଆ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ରୁଷିଆରେ ପ୍ରବେଶ କରିବାକୁ ବାରଣ କରିଥିଲା। ମାର୍କ ଜୁକରବର୍ଗ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ମାର୍ଚ୍ଚ ଶେଷରେ ରୁଷିଆ ଉଗ୍ରବାଦୀ କାର୍ଯ୍ୟକଳାପ ପାଇଁ ଫେସବୁକ ଏବଂ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଥିଲା। ୟୁକ୍ରେନରେ ରୁଷିଆର ସାମରିକ ଅପରେଶନ ସମୟରେ ଅଧିକାରୀମାନେ ମେଟାଙ୍କୁ ରୁସୋଫୋବିୟା ବୋଲି ଅଭିହିତ କରିଥିଲେ।
ମାର୍ଚ୍ଚ ମାସରୁ ରୁଷରେ ଫେସବୁକ ଓ ଇନଷ୍ଟା ବ୍ୟାନ ହୋଇଥିଲେ ମଧ୍ୟ ଅନେକ ଲୋକ ଭିପିଏନ୍ ଆପ୍ ଦ୍ୱାରା ଏହାକୁ ବ୍ୟବହାର କରି ଚାଲିଛନ୍ତି। ଏଥିପାଇଁ ଆଜି ରୁଷ ସରକାର ମେଟାକୁ ଆତଙ୍କବାଦୀ ସଂଗଠନର ତାଲିକାରେ ସାମିଲ କରିଛନ୍ତି।
Powered by Froala Editor