ପିପିଲି ପ୍ରଚାରରେ ଯିବେ ନବୀନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଜମୁଛି ପ୍ରଚାର ମୈଦାନ । ପିପିଲି ଉପନିର୍ବାଚନ ପାଇଁ ତିନି ଦଳର କସରତ ଆରମ୍ଭ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ପ୍ରଚାରରେ ଯିବେ । ଏନେଇ ସୂଚନା ଦେଇଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ପିପିଲି ଉପନିର୍ବାଚନ ନେଇ ଆଜି ପ୍ରତାପ ଦେବଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲ । ତେବେ ନବୀନ ପଟ୍ଟନାୟକ ପିପିଲି ପ୍ରଚାରରେ ଯିବେ ବୋଲି ବୈଠକ ପରେ ପ୍ରତାପ ଦେବ ସୂଚନା ଦେଇଛନ୍ତି ।