ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ୬ଟି ସ୍ଥାନରେ ରେଡ୍

ଭୁବନେଶ୍ଵର : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର ସାଧାରଣ ଜନସ୍ଵାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି।
ସୂଚନା ଅନୁଯାୟୀ, ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବର ସ୍ଥିତ ଅଫିସ, କଟକ ସିଡିଏ ସ୍ଥିତ ତିନି ମହଲା ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ତାଙ୍କ ବନ୍ଧୁଙ୍କ ଘର, ଜଟଣୀ କଣ୍ଟିଲୋ ସ୍ଥିତ ଫ୍ଲାଟ୍, ଜଗତସିଂହପୁର କୁଜଙ୍ଗ ସ୍ଥିତ ପୈତୃକ ଘରେ ଚାଲିଛି ଚଢାଉ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ରେଡ୍ ଚାଲିଛି । ଏହି ଚଢାଉରେ ୩ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟର, ୨ ଜଣ ସବ୍ ଇନସ୍ପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି ।
Powered by Froala Editor