ପୂଜା ମଣ୍ଡପରେ ଅସମ୍ମାନ : ମହିଷାସୁର ସ୍ଥାନରେ ଗାନ୍ଧୀଙ୍କୁ ରଖିଲେ ଆୟୋଜକ, ତାଗିଦ ପରେ ହଟାଇଲେ
କୋଲକାତାର ଏକ ପୂଜା ମଣ୍ଡପରେ ଅଶୋଭନୀୟ କାର୍ଯ୍ୟ କରାଯାଇଛି । ଯାହାକୁ ସବୁଠି ନିନ୍ଦା କରାଯାଉଛି । ଏଠାରେ ଏକ ପୂଜାମଣ୍ଡପରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମହିଷାସୁର ରୂପରେ ମୂର୍ତ୍ତି ନିର୍ମାଣ କରାଯାଇଛି। ଗାନ୍ଧିଙ୍କୁ ଏଭଳି ଚରମ ଅପମାନ ନେଇ ତୀବ୍ର ନିନ୍ଦା କରାଯାଇଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ଆୟୋଜକ। ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ପକ୍ଷରୁ ତାଗିଦ ପରେ ମହିଷାସୁର ମୂର୍ତ୍ତିରୁ ଗାନ୍ଧିଙ୍କ ମୁହଁକୁ ହଟାଇ ଦିଆଯାଇଛି। ଆୟୋଜକଙ୍କ କହିବା ଅନୁଯାୟୀ ବିବାଦୀୟ ଆକୃତିକୁ ହଟାଇ ଦିଆଯାଇଛି।
କୋଲକାତାର ଏକ ପୂଜା ପେଣ୍ଡାଲରେ ସର୍ବ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏଭଳି ବିକୃତ ଢଙ୍ଗରେ ଗାନ୍ଧିଙ୍କୁ ମହିଷାସୁର ରୂପରେ ଅଭିହିତ କରାଯାଇଛି। ଏ ସମ୍ପର୍କରେ ସର୍ବଭାରତୀୟ ହିନ୍ଦୁ ମହାସଭା ପଶ୍ଚିମବଙ୍ଗ ଶାଖାର ସଭାପତି ଚନ୍ଦ୍ରଚୂଡ଼ ଗୋସ୍ୱମାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ, ଆମେ ଗାନ୍ଧିଙ୍କୁ ଜଣେ ପ୍ରକୃତ ଅସୁର ରୂପରେ ଦେଖୁ। ତେଣୁ ଆମେ ସେହିଭଳି ଆକୃତିର ମୂର୍ତ୍ତି ତିଆରି କରିଥିଲୁ । ହେଲେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧିଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଚାପରେ ଆମେ ମୂର୍ତ୍ତି ହଟାଇ ଦେଇଥିବା କହିଛନ୍ତି। ସେ କହିଛନ୍ତି ଯେ, ଆମ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚାପ ପକାଯାଇଥିଲା । ଆମେ ଗାନ୍ଧିଙ୍କୁ ସବୁଠି ହଟାଇ ଦେବାକୁ ଚାହୁଁଛୁ।
ସୋସିଆଲ ମିଡିଆରୁ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି । ପୂଜା ଆୟୋଜକମାନେ କହିଛନ୍ତି ଯେ ସେମାନେ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନାହାଁନ୍ତି । ପୋଲିସ ଆମକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା। ଯାହା ଆମେ ଏହାକୁ ଗ୍ରହଣ କଲୁ ।
Powered by Froala Editor