ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ

କଟକ: ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି । ଅକ୍ଟୋବର ୧ ଅର୍ଥାତ୍ ଆଜିଠାରୁ ପୂଜା ଅବକାଶ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୦ରେ ହାଇକୋର୍ଟ ଖୋଲିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧, ୬ ଓ ୭ ତାରିଖରେ ହାଇକୋର୍ଟ କାର୍ୟ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ୟ୍ୟନ୍ତ ଖୋଲା ରହିବ। ନୂଆ ମାମଲା ଏହି ସବୁ କାର୍ୟ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ ଦାଖଲ କରିହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।
Powered by Froala Editor