ଛାତ୍ରଛାତ୍ରୀଙ୍କୁ ନାଚିବାକୁ କହିଲେ ଶିକ୍ଷକ, ମନା କରିବାରୁ ପଶୁ ଭଳି ପିଟିଲେ
ଛାତ୍ରଛାତ୍ରୀମାନେ ନାଚିବାକୁ ମନା କରିବାରୁ ତାଙ୍କୁ ଶ୍ରେଣୀ ଗୃହରେ ବନ୍ଦୀ କରି ବାଡ଼ିରେ ନୃଶଂସ ଭାବେ ପିଟିଛନ୍ତି ଶିକ୍ଷକ। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ ଏକ ସ୍ୱାସ୍ଥ୍ୟ ଟିମ୍ ଚିକିତ୍ସା କରୁଛି। ଏ ଘଟଣା ଘଟିଛି ଝାରଖଣ୍ଡ ଗୁମ୍ଲାରେ।
ଅଭିଯୁକ୍ତ ଶିକ୍ଷକ ହେଲେ ଗୁମଲା ସେଣ୍ଟ ମାଇକେଲ ସ୍କୁଲ୍ର ବିକାଶ ସିରିଲ୍। ଏହି ଘଟଣାରେ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍କୁଲର ଶିକ୍ଷକମାନେ ପଶୁ ଭଳିଆ ବ୍ୟବହାର କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ସ୍କୁଲ ବିରୋଧରେ ଫେରାଦ ହୋଇଛନ୍ତି। ଅଭିଭାବକଙ୍କ ଅଭିଯୋଗ ପାଇବା ପରେ ବିଡିଓ ଶିଶିର କୁମାର ସିଂହ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି।
ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ ବିକାଶ। ହେଲେ ଛାତ୍ରଛାତ୍ରୀମାନେ ନାଚିବାକୁ ମନା କରିବା ସହିତ ସ୍କୁଲ୍ର ପ୍ରିନ୍ସପାଲ୍ଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରିନ୍ସପାଲ୍ ଅଭିଯୋଗ ଶୁଣିବା ବଦଳରେ ପିଲାମାନଙ୍କୁ ପିଟିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି ।
Powered by Froala Editor