୨ ଘଣ୍ଟାର ଅପରେସନ ପରେ ପେଟରୁ ବାହାରିଲା ୬୩ ଚାମଚ୍
ଗୋଟିଏ ନୁହଁ କି ୨ଟି ନୁହଁ। ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କ ପେଟରୁ ୬୩ଟି ଷ୍ଟିଲ୍ ଚାମଚ କଢ଼ା ଯାଇଛି । ଦୀର୍ଘ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ସେହି ବ୍ୟକ୍ତିଙ୍କ ପାକସ୍ଥଳୀରୁ ଚାମଚଗୁଡ଼ିକୁ ଡାକ୍ତର ବାହାର କରିଛନ୍ତି। ଉତ୍ତରପ୍ରଦେଶର ମୁଜାପ୍ଫର ନଗର ବାସିନ୍ଦା ବିଜୟ (୩୨) ନାମକ ବ୍ୟକ୍ତିଙ୍କର ଏପରି ଅସ୍ତ୍ରୋଚାର କରାଯାଇଛି। ଅସ୍ତ୍ରୋପଚାର ପରେ ତାଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି ।
ବିଜୟ ହେଉଛନ୍ତି ଜଣେ ଅଭ୍ୟାସଗତ ନିଶା ସେବନକାରୀ । ସେଥିପାଇଁ ତାଙ୍କୁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ନିଶା ଛଡ଼ାଇବା ପାଇଁ ବର୍ଷେ ହେବ ଚାମଚ ଦିଆଯାଇଥିଲା। ଏମିତି କରି ସେ ୬୩ଟି ଚାମଚ ଖାଇଛନ୍ତି। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅପରେଶନ ପରେ ପାକସ୍ଥଳୀରୁ ୬୩ଟି ଚାମଚ ବାହାର କରାଯାଇଥିଲା। ଏବେ ବିଜୟ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ନିଶା ନିବାରଣ କେନ୍ଦ୍ରରେ ବିଜୟଙ୍କୁ ଜବରଦସ୍ତ ଚାମଚ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ହେଲେ ଥାନାରେ ଅଭିଯୋଗ ହୋଇ ନାହିଁ।
ଏପରି ଏକ ସମାନ ଘଟଣା ୨୦୧୯ରେ ସାମ୍ନାକୁ ଆସିଥିଲା। ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ୮ଟି ଚାମଚ, ୨ଟି ଦାନ୍ତ ଘସା ବ୍ରସ୍, ଗୋଟିଏ ପରିବାକଟା ଛୁରି, ଗୋଟିଏ କବାଟ ହୁକ୍, ଡାକ୍ତରମାନେ ବାହାର କରିଥିଲେ। ହିମାଚଲପ୍ରଦେଶର ମଣ୍ତି ଜିଲ୍ଲାର ବ୍ୟକ୍ତିଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ସାମଗ୍ରୀ ବାହାର କରିଥିଲେ।
Powered by Froala Editor